No Result
View All Result
୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା ବ୍ଲକ :-> ଚିଲିକା ବ୍ଲକ ସ୍ତରୀୟ ବିଜ୍ଞାନମେଳା ଆଜି ଶ୍ରୀ ଲୋକନାଥ ଦେଵ ମାନସିଂହ ବିଦ୍ୟାପୀଠ, ଵିରିବାଡି ଠାରେ ଅନୁଷ୍ଠିତ ହୋଇ ଉଦ୍ ଯାପିତ ହୋଇ ଯାଇଛି । ପୂର୍ବାହ୍ନ ରେ ଉଦ୍ ଘାଟନ ସଭାରେ ଚିଲିକା ର ପ୍ରାକ୍ତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ । ଚିଲିକା ବ୍ଲକ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରିୟା ସେଣ ଓ ସମିତି ସଭ୍ୟ ଚରଣ ସେଣ, ଵି ଆର୍ ସି ସି ନୀଳାଦ୍ରି ଭୂଷଣ ଦାଶ ଓ ଏଵିଓ ଗୀତାଞ୍ଜଳି ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ ।
ବ୍ଲକ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ସର୍ବ ମୋଟ ୮୦ଟି ପ୍ରକଳ୍ପ ପ୍ରଦର୍ଶନୀ ରେ ସ୍ଥାନ ପାଇ ଵିଚାରକ ମାନଙ୍କ ଦ୍ଵାରା ମୂଲ୍ୟାୟନ କରା ଯାଉଥିଲା । ଉଦ୍ ଯାପନୀ ସଭାରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରେଇ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ ଓ ଅବକାରୀ ମନ୍ତ୍ରୀ ପ୍ରୃଥ୍ଵୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ଚିଲିକା ବିଧାୟକ ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣକୁମାର ପଟ୍ଟନାୟକ, ଵିରିବାଡି ସରପଞ୍ଚ ବିଷ୍ଣୁପ୍ରିୟା ସେଣ, ସମିତି ସଭ୍ୟ ଚରଣ ସେଣ, ଚିଲିକା ବ୍ଲକ ବିଜ୍ଞାନ ମେଳା କମିଟି ର ସଂଗଠନ ସମ୍ପାଦକ କୁନା ମହତ୍ତ୍ଵ,,ଏ ବି ଇ ଓ ଗୀତାଞ୍ଜଳି ନାୟକ ପ୍ରମୁଖ ଯୋଗଦେଇ ବିଜ୍ଞାନର ଉପଯୋଗୀତା ଉପରେ ଉଦ୍ ଵୋଧନ ଦେଇଥିଲେ ।
ଏହି ଅବସରରେ କ୍ରୂତୀ ପ୍ରତିଯୋଗୀ ମାନଙ୍କୁ ମନ୍ତ୍ରୀଙ୍କଦ୍ଵାରା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ବିଭିନ୍ନ ସବ୍ ଥିମ୍ ଉପରେ ୧ମ ସ୍ଥାନ ଅଧିକାର କରି ଜିଲ୍ଲା କୁ ଉନ୍ନୀତ ହୋଇଥିବା ଘୋଷିତ ହୋଇଥିଲେ ନିମିଖେତା ସରକାରୀ ଉପ୍ରା ବିଦ୍ୟାଳୟ ର ଛାତ୍ର ଆଶୁତୋଷ ପଣ୍ଡା, ବାଲୁଗାଁ ସରକାରୀ ହାଇସ୍କୁଲ ର ଛାତ୍ରୀ ଲକ୍ଷ୍ମୀପ୍ରିୟା ସାମନ୍ତସିଂହାର, ଵିରିବାଡି ଶ୍ରୀ ଲୋକନାଥ ଦେଵ ମାନସିଂହ ହାଇସ୍କୁଲ ର ଛାତ୍ରୀ ପୂର୍ଣ୍ଣିମା ସାହୁ, ବାଲୁଗାଁ ସରକାରୀ ହାଇସ୍କୁଲ ର ସୈ । ମ୍ୟଶ୍ରୀ ବେହେରା, ଅଁଳା ଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରକ୍ରୃତି ବେହେରା ଓ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ,ହାଟ ବରଡିହର ଛାତ୍ରୀ ଚିନ୍ମୟୀ ବେହେରା । ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଶ୍ରୀ ଲୋକନାଥ ଦେଵ ମାନସିଂହ ବିଦ୍ୟାପୀଠ, ଵିରିବାଡି ର ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ ।
No Result
View All Result