୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ସ୍ବଚ୍ଛ ସମ୍ବାଦ ପରିବେଷଣ ଦ୍ବାରା ସମାଜରେ ନ୍ୟାୟ ପ୍ରତିଷ୍ଠା ସମ୍ଭବ ହୋଇପାରୁଛି । ତେଣୁ ସାମ୍ବାଦ ପରିବେଷଣ ସମୟରେ ସତ୍ୟର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ପ୍ରେସ ଦିବସ ଅବସରରେ ଯୋଗ ଦେଇ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମତବ୍ୟକ୍ତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସମାଜର ଜାଗ୍ରତ ପ୍ରହରୀ ତଥା ଚତୁର୍ଥ ସ୍ତମ୍ବ ଭୂମିକା ନିର୍ବାହ କରୁଥିବା ଗଣମାଧ୍ୟମକୁ ନୈତିକତା ବଜାୟ ରଖିବାର ଆବଶ୍ୟକତା ରହିଛି ।

ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅର୍ଥ ପରିଚାଳକ ମାନସ ମିଶ୍ର ଯୋଗ ଦେଇଥିଲେ । ଉପ ଜିଲ୍ଲାପାଳ କହିଥିଲେ ଯେ ଏକ ସୁସ୍ଥ ଗଣତନ୍ତ୍ର ରାଷ୍ଟ୍ର ପାଇଁ ସ୍ୱଚ୍ଛ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କରିବା ସମସ୍ତଙ୍କର ଗୁରୁ ଦାୟିତ୍ଵ ହେବା ଦରକାର ।

ସେହିପରି ଆଜିର ସମୟରେ ସୋସିଆଲ ମିଡିଆର ଦ୍ବାରା ସାମ୍ବାଦିକତା ବୃତ୍ତିରେ ଅନେକ ପ୍ରଭାବ ପଡିଛି ବୋଲି ଗଣମାଧ୍ୟମ ପ୍ରତିନିଧି ମାନେ ମତବ୍ୟକ୍ତ କରିଥିଲେ । ନିରପେକ୍ଷ ଓ ସତ୍ୟ ଭିତ୍ତିକ ସମ୍ବାଦ ଦ୍ବାରା ଲୋକଙ୍କ ନିକଟତର ହୋଇପାରିବା ବୋଲି ମଧ୍ଯ ସମସ୍ତେ କହିଥିଲେ । ଚଳିତ ବର୍ଷ ପ୍ରେସ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଗଣମାଧ୍ୟମର ପରିବର୍ତ୍ତଶୀଳ ସ୍ୱରୂପ ବିଷୟବସ୍ତୁ ରଖାଯାଇଛି ।

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ଜାତୀୟ ପ୍ରେସ ଦିବସ ଉପଲକ୍ଷେ ମହାବିଦ୍ୟାଳୟ ସ୍ତରୀୟ ଆୟୋଜିତ ବକ୍ତୃତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନ କରିବାରେ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ ।