No Result
View All Result
୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ ସୈ।ଭାଗ୍ୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜାତୀୟ କୁଷ୍ଠ ରୋଗର ନିରାକରଣ ଓ ଚିହ୍ନଟ ପାଇଁ ତାଲିମ ଶିଵିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର କାର୍ଯ୍ୟକ୍ରମରେ ସମସ୍ତ ଆଶାକର୍ମୀ ମାନଙ୍କୁ ଜାତୀୟ କୁଷ୍ଠ ରୋଗର ନିରାକରଣ ଓ ଚିହ୍ନଟ ନିମନ୍ତେ ତାଲିମ ଦିଆଯାଇଥିଲା ।
ଏହି ଚିହ୍ନଟ ପ୍ରକ୍ରିୟା ଚଳିତ ମାସ ୧୮.୧୧.୨୪ ଠାରୁ ୩୦.୧୧.୨୪ ପର୍ଯ୍ୟନ୍ତ ସମସ୍ତ ଆଶାକର୍ମୀ ମାନେ ନିଜ ନିଜ ଗ୍ରାମରେ ଘରକୁ ଘର ବୁଲି କୁଷ୍ଠ ରୋଗ ନିମନ୍ତେ ସର୍ଭେ କରିବେ ଏବଂ ସନ୍ଦେହ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ବୋଲି କୁହାଯାଇଛି । ଡାକ୍ତରଙ୍କ ପରୀକ୍ଷା ପରେ ସେମାନଙ୍କୁ ସଂପୂର୍ଣ୍ଣ ଚିକିତ୍ସା ବିନାମୂଲ୍ୟରେ କରାଯିବ ବୋଲି କୁହାଯାଇଛି ।
ଏହି ତାଲିମ ଶିବିରରେ ADPHO (Leprosy), ମଶା ଵାହିତ ରୋଗର ପରାମର୍ଶଦାତା (VBDC) ଅଜିତ କୁମାର ଦଳେଇ ସମେତ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର PHEO, BAM, ସମସ୍ତ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ BNLW ଏନ୍ ପ୍ରଭୁ କୁମାର ପରିଚାଳନା କରିଥିଲେ ।
No Result
View All Result