No Result
View All Result
୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଜନଜାତି ଗବେଷକ ଡ. ରଞ୍ଜନ ପ୍ରଧାନଙ୍କ ଲୋକକାହାଣୀ ପୁସ୍ତକ ‘ବଣ ଡଙ୍ଗରର ଗପ’ ଫୁଲବାଣୀ ପୁସ୍ତକ ମେଳା ପରିସରରେ କମଳା ପ୍ରକାଶନୀ ଷ୍ଟଲ୍ରେ ଲୋକାର୍ପିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏବଂ କମଳା ପ୍ରକାଶନୀର ମିଳିତ ଉଦ୍ୟମରେ ଅନୁଷ୍ଠିତ ଫୁଲବାଣୀ ପୁସ୍ତକ ମେଳାର ଦ୍ବିତୀୟ ସନ୍ଧ୍ୟାରେ ଏହି ପୁସ୍ତକ ଲୋକାର୍ପିତ ହୋଇଛି। ଲୋକାର୍ପଣ ଉତ୍ସବରେ କମଳା ପ୍ରକାଶନୀର ପ୍ରତିଷ୍ଠାତା ଡ. ନୃସିଂହାନନ୍ଦ ମହାପାତ୍ର, ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ର ନାଥ ମିଶ୍ର, ଫିରିଙ୍ଗିଆ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଂଜନ ମିଶ୍ର, ଏସ୍ଏସ୍ ନର୍ସରି ସ୍କୁଲର ପ୍ରତିଷ୍ଠାତା କୁନ୍ଦନ କୁମାର ସିଂହ, ପୁସ୍ତକର ଲେଖକ ନିଜେ ଡ. ରଞ୍ଜନ ପ୍ରଧାନ, ପ୍ରଜ୍ଞା ପରିମିତା ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଡ. ପ୍ରଧାନଙ୍କ ଏହି ପୁସ୍ତକରେ ଅବିଭକ୍ତ କୋରାପୁଟ ଅଞ୍ଚଳର ବିଭିନ୍ନ ଜନଜାତି ଗୋଷ୍ଠୀଙ୍କର ଅର୍ଦ୍ଧଶତକଟି ଲୋକକାହାଣୀ ସ୍ଥାନ ପାଇଛି। ଗତ ୨୦୦୭ ମସିହାରେ ଏହି ପୁସ୍ତକଟି ପ୍ରଥମେ ପ୍ରକାଶ ପାଇଥିଲା। ଦୀର୍ଘ ୧୮ ବର୍ଷ ପରେ ଭୁବନେଶ୍ବରର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ପଢ଼ାପଢ଼ି’ ଏହାର ଦ୍ବତୀୟ ସଂସ୍କରଣ ପ୍ରକାଶ କରିଛି। ଏହି ପୁସ୍ତକଟି ଜନଜାତି ଗବେଷଣାରେ ରୁଚି ରଖୁଥିବା ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଗବେଷକଙ୍କ ପାଇଁ ବେଶ୍ ଉପାଦେୟ ହୋଇ ପାରିବ ବୋଲି କମଳା ପ୍ରକାଶନୀର ପ୍ରତିଷ୍ଠାତା ଡ. ମହାପାତ୍ର କହିଥିଲେ।
No Result
View All Result