No Result
View All Result
୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ । କଟକ ମହାନଗର ସାମ୍ବାଦିକ ସଂଘ ପକ୍ଷରୁ ଶନିବାର ଦିନ କଟକ ନୂଆବଜାର ନିକଟସ୍ଥ ପୋତାପୋଖରୀ ଠାରେ ଜାତୀୟ ପ୍ରେସ ଦିବସ ସଂଘର ସଭାପତି ସମୀର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମର ମେୟର ସୁବାଷ ଚନ୍ଦ୍ର ସିଂ , ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ମାନସ ପଣ୍ଡା, ଚୌଦ୍ୱାର – କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ବାରବାଟୀ- କଟକ ବିଧାୟିକା ଇଞ୍ଜିନିୟର ସୋଫିଆ ଫିରଦୋସ , କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟ ଲକ୍ଷ୍ମୀ ରାଉତ , ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପଣ୍ଡା ,ଶିକ୍ଷାବିତ୍ ପ୍ରଭୁ ଚରଣ ରାଉତ ,ଶିକ୍ଷାବିତ୍ ଡ଼ଃ ଚୌଧୁରୀ ସତ୍ୟ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ନୂଆ ବଜାର ପୋତାପୋଖରୀ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ସହ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ମହାନଗର ସାମ୍ବାଦିକ ସଂଘର ସଂପାଦକ ବଳରାମ ନାୟକ ବାର୍ଷିକ ବିବରଣୀ ପାଠ କରିବା ସହିତ ସଂଘର ଏକ କାର୍ଯ୍ୟାଳୟ ଯୋଗାଇ ଦେବା ପାଇଁ ମେୟର ଏବଂ ବିଧାୟକ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜାତୀୟ ପ୍ରେସ ଦିବସରେ ଗଣତନ୍ତ୍ର ସୁରକ୍ଷାରେ ଗଣ ମାଧ୍ୟମର ଭୂମିକା ସଂପର୍କରେ ଆଲୋଚନା ଚକ୍ର ଉପରେ ଅତିଥି ମାନେ ମତ ରଖି କହିଲେ ଯେ, ସମ୍ବାଦପତ୍ର ଏବଂ ସାମ୍ବାଦିକ ମାନେ ନିର୍ଭୀକ ଏବଂ ନିରପେକ୍ଷ ଖବର ପ୍ରସାରଣ କରିବାକୁ ମତ ରଖିଥିଲେ ।
ଗଣମାଧ୍ୟମର ପ୍ରତିନିଧି ଏବଂ ଖବର ପ୍ରସାରଣ କରୁଥିବା ସଂସ୍ଥା ସମାଜର ଅବହେଳିତ ଲୋକଙ୍କ ସମସ୍ୟାକୁ ପ୍ରଶାସନ ଓ ସର୍ବ ସାଧାରଣଙ୍କ ଦୃଷ୍ଟିକୁ ଆଣିବାଲେ ଉପୁଜୁଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଖବର କାଗଜ ଅପେକ୍ଷା ଆଜିର ସୋସିଆଲ ମିଡ଼ିଆର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଖବର ପ୍ରସାରଣ କରିବା ପୂର୍ବରୁ ସମାଜର କ୍ଷତି ନପହଞ୍ଚାଇବା ଭଳି ଖବର ପ୍ରସାରଣ ଦିଗରେ ଦୃଷ୍ଟି ଦେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଖବର ଦାତା ବିଭୁତି ସାହୁ, ସମାଜସେବୀ ଏବଂ ବିଭିନ୍ନ ବର୍ଗର ଲୋକଙ୍କୁ ଉପଢୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଶ୍ୱ ରଞ୍ଜନ ଧଳ ( ବିଶୁ) , ମହେଶ ପାତ୍ର (ବୁଟୁ ), ଆନନ୍ଦ ଦାସ ପ୍ରମୁଖ ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ ।
No Result
View All Result