No Result
View All Result
୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ରିପୋର୍ଟର କ୍ଳବ ନର୍ଲା ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ନର୍ଲା ଡେଙ୍ଗସର୍ଗି ପାମ ବଗିଚା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବ ଅବସରପ୍ରାପ୍ତ ପ୍ରଧାନ ଲେଖାକାର ପୂର୍ଣ୍ଣ ଚନ୍ଦ୍ର ମାଝୀ, ସମ୍ମାନୀତ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୈ।ଡିଆ, ଶିକ୍ଷାବିତ ତଥା କବି ମଧୂସୁଦନ ରାଉତ, ସାମ୍ବାଦିକ ଅନୀଲ ଅଗ୍ରୱାଲ , ମନ୍ମଥ ଚାନ୍ଦ,ସୁବ୍ରତ ବୁଦ୍ଧିଆ ପ୍ରମୁଖ ମଞ୍ଚାସୀନ ହୋଇ ଜାତୀୟ ପ୍ରେସ ଦିବସର ଆଭିମୁଖ୍ୟ ଉପରେ ମାର୍ଗ ଦର୍ଶନ କରି ସାମ୍ବାଦିକର କର୍ତ୍ତବ୍ୟ ଓ ନିର୍ଭୁଲ ସମ୍ବାଦ ଉପରେ ଗୁରୁତ୍ବ ଆରୋପ କରି ରିପୋର୍ଟର କ୍ଲବର ଉତ୍ତରୋତ୍ତର କାମନା କରିଥିଲେ ।
ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ଏହି ଅବସରରେ କ୍ଲବ ପକ୍ଷରୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ମନୋଜ ଷଡ଼ଙ୍ଗୀ ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷାବିତ ସାହିତ୍ୟିକ ମଧୂସୁଦନ ରାଉତ। ଏହି କାର୍ଯ୍ୟକ୍ରମରେ ସମାଜସେବୀ କୁମୁଦ ନାଏକ, ନରସିଂହ ଥପା ମଧ୍ୟ ସାମ୍ବାଦିକତା ଉପରେ ଆଲୋକପାତ କରିଥିଲେ।ଦୀପକ କୁମାର ଠାକୁର, ତ୍ରିଲୋଚନ ଗଉଡ, ଅଜୟ ସେନାପତି, ଶୁଶାନ୍ତ ଚାନ୍ଦ(ତାମିଲ ),ଚିତ୍ତରଞ୍ଜନ ରଣା,ପ୍ରଦୀପ କୁମାର ଗଉଡ ,ଖଗେ କୁମାର, ସୁବ୍ରତ କୁମାର ସାହୁ,ଅନନ୍ତ କୁମାର ପାଲ ସହ ନର୍ଲା, କର୍ଲାମୁଣ୍ଡା ଓ ରାମପୁର ଅଞ୍ଚଳର ଅନେକ ସାମ୍ବାଦିକ ବନ୍ଧୁ ଅଂଶ ଗ୍ରହଣ କରିଥିଲେ ।
No Result
View All Result