ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର : – ଟାଟା ଷ୍ଟିଲ କଳିଙ୍ଗ ନଗର କାରଖାନାକୁ ଏହାର ଶକ୍ତି ସଂରକ୍ଷଣ ପଦକ୍ଷେପ ଲାଗି ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ଷମ ହେବାର ତିନି ବର୍ଷ ଭିତରେ ଏହି ସ୧ାନଜନକ ପୁରସ୍କାର ହାସଲ କରିବାରେ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ହେଉଛି ଦେଶର ପ୍ରଥମ ସମନ୍ୱିତ ଇସ୍ପାତ କାରଖାନା । ସମନ୍ୱିତ ଇସ୍ପାତ କାରଖାନା ବର୍ଗରେ କଂପାନି ଦ୍ୱିତୀୟ ପୁରସ୍କାର ହାସଲ କରିଛି । ଭାରତ ସରକାରଙ୍କ ଶକ୍ତି ମବଣାଳୟର ବ୍ୟୁରୋ ଅଫ ଏନର୍ଜି ଏଫିସିଏନସି ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ୧୪ ଡିସେମ୍ବର ୨୦୧୯ରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ନୂତନ ଓ ଅକ୍ଷୟ ଶକ୍ତି ମବୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀଯୁକ୍ତ ଆର କେ ସିଂହ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ବର୍ଗରେ ମୋଟ ୧୪ ଇସ୍ପାତ କାରଖାନା ଅଂଶଗ୍ରହଣ କରିଥିଲେ । ବିଗତ ତିନି ବର୍ଷ ଭିତରେ ଟାଟା ଷ୍ଟିଲ କଳିଙ୍ଗ ନଗର ୨୧୪ ନିୟୁତ ୟୁନିଟ ଶକ୍ତି ସଂଚୟ କରିପାରିଛି । କଂପାନି ତରଫରୁ ଶ୍ରୀଯୁକ୍ତ ଶଙ୍କର ବିଶ୍ୱାସ, ମୁଖ୍ୟ, ୟୁଟିଲିଟି ଆଣ୍ଡ ପାୱାର ସିଷ୍ଟମସ, ଟାଟା ଷ୍ଟିଲ କଳିଙ୍ଗନଗର ଓ ଶ୍ରୀଯୁକ୍ତ ମଙ୍ଗଳ ଦେଓ ପଣ୍ଡିତ, ମୁଖ୍ୟ, ଇନ୍ଧନ ପରି·ଳନା, ଟାଟା ଷ୍ଟିଲ କଳିଙ୍ଗନଗର ଏହି ପୁରସ୍କାର ହାସଲ କରିଛନ୍ତି । ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ । ପ୍ରଥମ ପର୍ଯ୍ୟାୟରେ ଏହି କାରଖାନା ୩ ଏମଟିପିଏ କ୍ଷମତା ହାସଲ କରିପାରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ଜାରି ରହିଛି ଯାହା ଦ୍ୱାରା କଂପାନିର ଉତ୍ପାଦନ କ୍ଷମତା ୮ ଏମଟିପିଏରେ ପହଂଚିବ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି