No Result
View All Result
୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ପ୍ରଥମ ବୁଲାଣିରେ ବୁଧବାର ବିଳମ୍ବିତ ରାତିରେ ଏକ ୧୬ ଚକିଆ ଟ୍ରକ୍ ନଂ.ଏପି-୩୯ -ଟିକ୍ୟୁ -୭୫୭୫ରେ ଜିଆଇ ତାର ବୋଝେଇ ହୋଇ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଘଟଣା ସ୍ଥଳରେ ଘୁ.ଉଦୟଗିରି ଅଗ୍ନିଶମ ବାହିନୀ, ପୋଲିସ ଓ କଳିଙ୍ଗାର କିଛି ଯୁବକ ପହଞ୍ଚି ବହୁ କଷ୍ଟରେ ଗ୍ୟାସ୍ କଟର ମେଶିନ ସାହାଯ୍ୟରେ କିଛି ଅଂଶ କାଟି ଗାଡ଼ି ଚାଳକଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ଚିକିତ୍ସାଳୟକୁ ନେଇଯାଇଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ, ଦୀର୍ଘ ମାସ ହେଲାଣି କଳିଙ୍ଗା ଘାଟିରେ ୧୦ଟି ସୋଲାର ଲାଇଟ୍ ଅଚଳ ହୋଇପଡ଼ିଛି । କିନ୍ତୁ ପ୍ରଶାସନ ନୀରବ ଦ୍ରଷ୍ଟା । ଉକ୍ତ ନିର୍ଦ୍ଦିଷ୍ଟ ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଜାତୀୟ ସଡ଼କ କର୍ତ୍ତୃପକ୍ଷ ନୀରବ ରହିବା ନେଇ ସାଧାରଣରେ ଆଲୋଚନା ହେଉଛି । ଏତେ ବଡ଼ ଦୁର୍ଘଟଣା ହୋଇଛି କିନ୍ତୁ କେହି ମୃତାହତ ହୋଇ ନ ଥିବା ବିଷୟ ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି ।
No Result
View All Result