No Result
View All Result
୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଯଦି କୌଣସି ଅନୁପ୍ରବେଶକାରୀ ଆଦିବାସୀ ସଂପ୍ରଦାୟର ଝିଅଙ୍କୁ ବିବାହ କରନ୍ତି, ତା’ହେଲେ ତାଙ୍କ ମାଲିକାନାରେ କୌଣସି ପ୍ରକାରର ଜମି ରହିବ ନାହିଁ । ମହିଳା ଜଣଙ୍କ ଜମି ଉପରୁ ମାଲିକାନା ହରାଇବେ । ଅନୁପ୍ରବେଶକାରୀ ମଧ୍ୟ ଜମି ହଡ଼ପ କରିପାରିବେ ନାହିଁ । ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଝାରଖଣ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଏମିତି ପ୍ରତିଶ୍ରୁତି ଦେଇଛନ୍ତି ।
ଝାରଖଣ୍ଡର କ୍ଷମତାସୀନ ଜେଏମଏମ ଓ କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି, ଯଦି ଭାରତୀୟ ଜନତା ପାର୍ଟି ଜିତିବ, ତା’ହେଲେ ଅନୁପ୍ରବେଶକାରୀଙ୍କ ପାଖକୁ ଯାଉଥିବା ଜମିକୁ ରୋକିବା ପାଇଁ ଗୋଟିଏ ଆଇନ ଆଣିବ । ସେ ଏଠାରେ ବାଂଲାଦେଶୀଙ୍କ ପାଇଁ ଅନୁପ୍ରବେଶକାରୀ ଶବ୍ଦର ପ୍ରୟୋଗ କରିଛନ୍ତି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମାନ କଥା ଦୋହରାଇ ଥିଲେ।
ଷଢ଼େଇକଳାରେ ଆୟୋଜିତ ନିର୍ବାଚନ ରାଲିରେ ଅମିତ ଶାହ କହିଛନ୍ତି, “ଆମ ଝିଅମାନଙ୍କୁ ବାହା ହୋଇ ଅନୁପ୍ରବେଶକାରୀମାନେ ଜମି ହଡ଼ପ କରୁଛନ୍ତି। ଯଦି ଅନୁପ୍ରବେଶକାରୀମାନେ ଆଦିବାସୀ ଝିଅଙ୍କୁ ବିବାହ କରିବେ, ତା’ହେଲେ ସେମାନଙ୍କୁ ଜମିର ମାଲିକାନା ମିଳିବ ନାହିଁ।
ଏହା ଉପରେ ରୋକ ଲଗାଇବା ପାଇଁ ଗୋଟିଏ ଆଇନ ଅଣାଯିବ। ଅନୁପ୍ରବେଶକାରୀଙ୍କୁ ବିଦା କରିବା ପାଇଁ ଗୋଟିଏ କମିଟି ଗଠନ କରାଯିବ। ସେମାନଙ୍କ ଦଖଲରେ ଥିବା ଜମିକୁ ପୁଣି ଅକ୍ତିଆରକୁ ଅଣାଯିବ। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ଗରହୱା ଠାରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରଶାସନକୁ ଟାର୍ଗେଟ କରିଥିଲେ। ଜେଏମମ, କଂଗ୍ରେସ ଓ ଆରଜେଡିକୁ ସେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ସମର୍ଥକ ବୋଲି କହିଥିଲେ ।
No Result
View All Result