No Result
View All Result
୧୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଭାରତ ବର୍ଷ ଗୁରୁ ପରମ୍ପରା ର ଦେଶ l ଏହା ଅତି ପ୍ରାଚୀନ l ବୈଦିକ ଯୁଗରୁ ଗୁରୁ ପରମ୍ପରା ଅଦ୍ୟାବଧି ଚାଲିଆସିଚି l ଗୁରୁ ଅନ୍ଧାରରୁ ଆଲୋକକୁ ଆଣନ୍ତି l ତେଣୁ ପ୍ରତିଟି ମଣିଷ ଗୁରୁ ଆଶ୍ରିତ ହେବା ଦରକାର ବୋଲି ରବିବାର ଧ୍ୟାନକୁଦ ପୀଠର ପିଠାଧୀସ ଆଚାର୍ଯ୍ୟ ପ୍ରେମ ସାଗର ବାବା ଅରକ୍ଷିତ ଦାସ ମହାରାଜ ଙ୍କ 65ତମ ଜନ୍ମ ଜୟନ୍ତୀ ଉତ୍ସବ ରେ ବକ୍ତା ମାନେ ମତ ଦେଇଛନ୍ତି l ପଞ୍ଚସଖା ବିଶ୍ୱକଲ୍ୟାଣ ଆଧ୍ୟାତ୍ମିକ ସେବାସଙ୍ଘ ହାଜିପୁର ପକ୍ଷରୁ ଆୟୋଜିତ ଜନ୍ମ ଉତ୍ସବରେ ଆୟୋଜିତ ସଭାକୁ କବି ପିତାମ୍ବର ମହାପାତ୍ର ସଂଚାଳନା କରିଥିଲେ l ଏହି ଆଧ୍ୟାତ୍ମିକ ସଭାରେ କଲ୍ୟାଣ ଦାସ ମହାରାଜ,
ଜଟାଧାରୀ ମଠ, ରାମ କୃଷ୍ଣ ପୁର, ବିଜ୍ଞାନୀ ଗୁରୁ ଶ୍ରୀସନ୍ଥ, କଟକ, ବାଇଆ ବାବା, ମହନ୍ତ ତ୍ରିଲୋଚନ ଦେବ ଗୋସ୍ୱାମୀ, ପୋକପୁର, ହରିଓଂ ବାବା ଚନ୍ଦକା, ବାବୁଲି ବାବା ଚନ୍ଦକା, ନିରଞ୍ଜନ ବାବା କେନ୍ଦ୍ରାପଡା,ଡ଼ଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ଅଧ୍ୟାପକ ଉତ୍ତମ ଦାସ, ଶିଶୁ ଅନନ୍ତ ଆଶ୍ରମର ସଭାପତି ଅଭିମନ୍ୟୁ ନାୟକ,
ପ୍ରାଚୀ ଧାରା ସମ୍ପାଦକ ଭଗବାନ ସାହୁ, ଗୀତିକବି ବାମଦେବ ସ୍ୱାଇଁ, ବକ୍ତବ୍ୟ ରଖିଥିଲେ l ଗୀତିକବି ବାବାଜୀ ଚରଣ ଜେନା ଗୁରୁବନ୍ଦନା କରିଥିଲେ l ଏହି ଅବସରରେ ଶିଶୁ ଅନନ୍ତ ଆଶ୍ରମର ସମ୍ପାଦିକା ତନୟା ଦାସ ଗୋସ୍ୱାମୀ ଙ୍କୁ “ପଞ୍ଚସଖା “ସମ୍ମାନରେ ସମ୍ମାନିତ କରାଯାଇଥିଲା l ଏହି ଉପଲକ୍ଷେ ଗୁରୁପୂଜା, ଭଜନ କୀର୍ତ୍ତନ, ନୃତ୍ୟ, ଓ ପ୍ରବଚନ ପ୍ରଦାନ କରା ଯାଇଥିଲା l ବହୁ ଭକ୍ତ, ଶ୍ରଦ୍ଧାଳୁ, ସାଧୁ ସନ୍ଥ ଓ ଜନସାଧାରଣ ଯୋଗଦେଇଥିଲେ l
No Result
View All Result