No Result
View All Result

୧୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ଅନ୍ତର୍ଗତ ଉକୁନ୍ଦରା ପଞ୍ଚାୟତ ର ରଘୁନାଥପୁର ଗ୍ରାମର ଇଷ୍ଟଦେବ ବାବା ଧବଳେଶ୍ୱର ମହାଦେବ ପୂଜା କମିଟି ଗୃହ ରବିବାର ଉଦଘାଟିତ ହୋଇଯାଇଛି l ଏହାକୁ ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ ଉଦ୍ଘାଟନ କରିଥିଲେ l ଯୋଗୀଶ୍ୱର ଶଙ୍କର ଭଗବାନ ଶିବ ହେଉଛନ୍ତି ଯୋଗଗୁରୁ ଯୋଗର ପ୍ରତୀକ ଅଷ୍ଟାଙ୍ଗ ଯୋଗର ସାଧକ l ତେଣୁ ଯୋଗାଦ୍ୱାରା ଏକାଗ୍ରତା ଆସିଥାଏ l
ଯୋଗେଶ୍ୱରଙ୍କ ଆରାଧନା କରି ମଣିଷ ମୁକ୍ତି ପାଇଥାଏ l ଏହି ଉଚ୍ଛବରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନୀ ଜୀବି ରଶ୍ମି ରଞ୍ଜନ ବେହେରା, କାମଦେବ ବେହେରା, ହୃଷୀ କେଶ ବେହେରା, ଇନ୍ଦ୍ରମଣି ବେହେରା, ଜଗନାଥ ବେହେରା, ଜମେଶ ବେହେରା ଓ ସୁକାନ୍ତ ବେହେରା ପ୍ରମୁଖ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l ଏହି ଉପଲକ୍ଷେ ଭଜନ କୀର୍ତ୍ତନ କରାଯାଇଥିଲା l ବହୁଲୋକ, ଭକ୍ତ ଙ୍କ ସମାଗମ ହୋଇଥିଲା l

No Result
View All Result