No Result
View All Result
୧୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇପୁର :-> ଅଲ୍ ଇଣ୍ଡିଆ ଡ୍ୟାନ୍ସର ଆସୋସିଏସନ୍ ଓ ନରିଥୟଥି କଳାକ୍ଷେତ୍ରମ୍ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ରାଇପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତା ରେ ବିଭିନ୍ନ ରାଜ୍ୟ ର ନୃତ୍ୟ ଅନୁଷ୍ଠାନ ଗୁଡ଼ିକ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଥକ,ମଣିପୁରୀ,ଓଡ଼ିଶୀ, କୁଚିପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋଟ ୨୭୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରାଇପୁର ର ରଙ୍ଗ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା ।
ରାଇପୁର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ଵରର ନୃତ୍ୟ ଅନୁଷ୍ଠାନ “କଳିଙ୍ଗାୟନ ତୌର୍ୟତ୍ରିକମ” ର ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ରଙ୍କୁ ଅଲ୍ ଇଣ୍ଡିଆ ଡ୍ୟାନ୍ସର ଆସୋସିଏସନ୍ ତରଫରୁ ନଟବର ଗୋପିକ୍ରିଷ୍ଣା ଜାତୀୟ ପୁରସ୍କାର ଓ ଲାଇଭ୍ ଟାଇମ୍ ଅଚିଭମେଣ୍ଟ ପୁରସ୍କାର ସମ୍ମାନିତ କରାଯାଇଥିଲା । ସେହି ଭଳି ଶୁଭେନ୍ଦୁ ଦାସଙ୍କୁ ନାଟ୍ୟ ମୟୁରମ୍ ପୁରସ୍କାର, ଦେବାଶିଷ ମହାପାତ୍ରଙ୍କୁ ନୃତ୍ୟ ଲାଭରସାୟନ ପୁରସ୍କାର,ତାରିଣୀ ନାୟକ ,ଜ୍ୟୋତିର୍ମୟୀ ଷଡ଼ଙ୍ଗୀ ଏବଂ ଏମ୍ ଜେ କ୍ରିଷ୍ଣା ପରିଡ଼ାଙ୍କୁ ନଟବର ଗୋପିକ୍ରିଷ୍ଣା ଜାତୀୟ ପୁରସ୍କାର ଓ ଶ୍ରୀୟଶ୍ରୀ ପତି, ଆଦ୍ୟାସା ମିଶ୍ର ଏବଂ ସମୀକ୍ଷ୍ୟା ବେହେରାଙ୍କୁ ନୃତ୍ୟ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା ।
No Result
View All Result