No Result
View All Result
୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ଜାତୀୟ ଆଇନସେବା ଦିବସ ବି.କେ.ବିଦ୍ୟାପୀଠର ସଭାଗୃହରେ ପାଳିତ ହୋଇଯାଇଛି । ବାଙ୍କୀ ତାଲୁକ୍ ଆଇନସେବା କମିଟି ଅଧ୍ୟକ୍ଷ ତଥା ସିନିୟର୍ ଡିଭିଜନ୍ ସିଭିଲ ଜଜ୍ ସୁଧୀର କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଜାତୀୟ ଆଇନସେବା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବା ଆସିବା , ଶିକ୍ଷାଗ୍ରହଣ ଏବଂ ବିଭିନ୍ନ କ୍ଷେତ୍ରରେ ଆଇନ୍ ବିଷୟରେ ସଚେତନ ରହି କାର୍ଯ୍ୟକରିବା ପାଇଁ ସିଭିଲ ଜଜ୍ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ବାଙ୍କୀ ତାଲୁକ୍ ଆଇନ ସେବାକମିଟି ସଂପାଦକ ତଥା ଉପଖଣ୍ଡ ବିଚାର ବିଭାଗ ମାଜିଷ୍ଟ୍ରେଟ୍ ସାଧନଜିତ୍ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ସେମାନଙ୍କର ମୌଳିକ ଅଧିକାର ଓ ଗରିବ ଅସହାୟ ଛାତ୍ରଛାତ୍ରୀ ଓ ଜନସାଧାରଣ କିପରି ମାଗଣାରେ ଆଇନ୍ ସହାୟତା ପାଇପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସହକାରୀ ଜିଲ୍ଲାପଳ ପର୍ଶୁରାମ ମଲ୍ଲିକ , ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର, ବାଙ୍କୀ ଓକିଲ ସଂଘ ସଂପାଦକ ଶୁଭାଶିଷ ମହାପାତ୍ର, ତାଲୁକ୍ ଆଇନ ସେବାକମିଟି ସଭ୍ୟା ବିନୋଦିନୀ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ଆଇନ୍ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଆଇନ୍ଦ୍ୱାରା ସମାଧାନ ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ପ୍ରେସ୍ କ୍ଲବ ସଭାପତି ବଳଭଦ୍ର ପଣ୍ଡା ଏଥିରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବି.କେ.ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ସ୍ୱାଗତ ଭାଷଣ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । କୋର୍ଟ ନାଜର ପ୍ରଶାନ୍ତ କୁମାର ବେହେରା, କର୍ମଚାରୀ ହରେକୃଷ୍ଣ ମୁର୍ମୁ ଓ ଦୀପ୍ତିମୟୀ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

No Result
View All Result