No Result
View All Result
୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଦାଦା ବଟି କୁ କେନ୍ଦ୍ର କରି ଶନିବାର ଭୋର ସମୟରେ ବାଙ୍କୀ କଇଁମୁଣ୍ଡି ଫାଣ୍ଡି ନିକଟରେ ନିର୍ମାଣଧୀନ ହାଇଲେବୁଲ ବ୍ରିଜ କାମ ପାଇଁ ନିୟୋଜିତ ଶ୍ରମିକ ଙ୍କ କ୍ୟାମ୍ପ ଓ ସାନି ଟୁ ମେସିନ ଉପରକୁ ଦୁର୍ବୁତ ବୋମା ମାଡ଼ କରିଥିଲେ।ବୋମା ମାଡ ଘଟଣା ରେ ମେସିନ ଟି କ୍ଷତି ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଛି କ୍ୟାମ୍ପ ମଧ୍ୟରେ ରହିଥିବା ଶ୍ରମିକ ଙ୍କ ଜୀବନ। ପୂର୍ବ ରୁ ୪ଦିନ ତଳେ ଦାଦା ବଟି କୁ କେନ୍ଦ୍ର କରି ଏହିଭଳି ଦୁର୍ବୁତ୍ତ ମାନେ ବୋମା ମାଡ ବୋଲି ଅଭିଯୋଗ କରିଛନ୍ତି କିଛି ସ୍ଥାନୀୟ ଲୋକ।
ଆଜି ଭୋରୁ ବୋମା ମାଡ଼ ଘଟଣା ରେ ବ୍ରିଜ କାମ ରେ ନିୟୋଜିତ ଶ୍ରମିକ କହିଥିଲେ ବୋମାମାଡ଼ ସମୟ ରେ ଦ୍ୱର୍ବୁତ୍ତ ମାନେ କଳା ପଲସର ୧୫୦ ର ଏକ ଗାଡି ରେ ଆସିଥିଲେ।୨ ଗୋଟି ବୋମା ମେସିନ କୁ ମାଡ କରିଛନ୍ତି ପରେ ଫାଣ୍ଡି ସମ୍ମୁଖ ରେ ଯେଉଁ ଠାରେ ବ୍ରିଜ କାର୍ଯ୍ୟ ହେଉଛି ସେଠିକି ମଧ୍ୟ ଆଉ ଗୋଟିଏ ବୋମା ମାଡ କରି ଚାଲିଯାଇଥିଲେ ଦୁର୍ବୁତ୍ତ।ବୋମା ମାଡ଼ ଦ୍ୱାରା ମେସିନ କାଚ ଭାଙ୍ଗିଚି ସହ ଅଳ୍ପକେ ବର୍ତ୍ତିଚି କାର୍ଯ୍ୟରତ ଶ୍ରମିକଙ୍କ ଜିବନ । ବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟୁଜିତ ରହିଥିବା ଶ୍ରମିକ ମାନେ ନିଜର ଜିବନ ସୁରକ୍ଷା ସାଙ୍ଗକୁ ଯେଉଁମାନେ ଏଭଳୀ ବୋମା ମାଡ଼ ଭଳୀ ଅଭାବନୀୟ କାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟଅନୁଷ୍ଠାନ ପାଇଁ ଦାବି କରିଛନ୍ତି।
ସେପଟେ ପୋଲିସ ପକ୍ଷରୁ ଘଟଣା ର ତଦନ୍ତ ଆରମ୍ଭ ହୋଇ ବିଭିନ୍ନ ସ୍ଥାନ ଚଢ଼ାଉ ହୋଇଛି ବୋଲି କଇଁମୁଣ୍ଡି ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ବାଙ୍କୀ ପୋଲିସ ଅଧିକାରୀ ଶିବ ଚରଣ ବେହେରା ଟିମ ସହ ତଦନ୍ତ କରିଛନ୍ତି । ଘଟଣା ସ୍ଥଳରେ ବୋମା ରୁ ବାହାରିଥିବା କପଡା,ସୁତା,କାଗଜ ପଡିଥିଲା ତାହାର ତଦନ୍ତ ମଧ୍ୟ ଚାଲିଛି । କଇମୁଣ୍ଡି ଫାଣ୍ଡି ଅଧିକାରୀ ଶ୍ରୀ ତ୍ରିପାଠୀ କହିଛନ୍ତି ପୋଲିସ ଖୁବ ଶୀଘ୍ର ଦୁର୍ବୁତ୍ତ ଙ୍କୁ ଧରିବାକୁ ବିଭିନ୍ନ ସ୍ଥାନ ଶ୍ରୀ ବେହେରା ଙ୍କ ନେତୃତ୍ୱ ରେ ଚଢାଉ କରାଯାଉଛି ।

No Result
View All Result