• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ସମ୍ମାନୀତ ହେବେ ସାମ୍ବାଦିକ

Proprietor Abhimanyu Maharana by Proprietor Abhimanyu Maharana
November 9, 2024
in ଓଡ଼ିଶା, କଳାହାଣ୍ଡି, ହୋମ୍
0
ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ସମ୍ମାନୀତ ହେବେ ସାମ୍ବାଦିକ
Share on FacebookShare on TwitterWhatsapp

୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ସମ୍ବାଦ ପରିବେଷଣ କରି ସାଧାରଣ ଜନତାଙ୍କ ସ୍ବରକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚେଇବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା କଳାହାଣ୍ଡିର ୬ଜଣ ସାମ୍ବାଦିକ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବରେ ସମ୍ବର୍ଦ୍ଧିତ ହେବେ। ନଭେମ୍ୱର ୧୩ରୁ ୧୫ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ଆୟୋଜିତ ଗୋସିଙ୍ଗ ଦୈତ୍ୟ ଦରବାରରେ ବରିଷ୍ଠ ସାମ୍ବାଦିକ ତଥା ନର୍ଲା ସମୟ ପ୍ରତିନିଧି ଦିପକ କୁମାର ଠାକୁର, ନନ୍ଦିଘୋଷ ଟିଭିର ଧର୍ମଗଡ଼ ପ୍ରତିନିଧି ବାଳକୃଷ୍ଣ ନାଏକ, କ୍ରାନ୍ତି ବାର୍ତ୍ତା ସଂପାଦକ ଗୋପାଳ ଦାସ ମହାନନ୍ଦ, ଓଡ଼ିଆ ବାର୍ତ୍ତାର କୋକସରା ପ୍ରତିନିଧି ହିରଣ୍ୟ ବେହେରା, ଓଡ଼ିଶା ଭାସ୍କରର ନର୍ଲା ପ୍ରତିନିଧି ତ୍ରିଲୋଚନ ଗଉଡ ଏବଂ ଆଜିକାଲିର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିରଞ୍ଚି କରୁଆଁଙ୍କୁ ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି।

୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୟ ଖବରକାଗଜର ନର୍ଲା ପ୍ରତିନିଧି ଭାବେ କାର୍ଯ୍ୟକରି ଆସୁଛନ୍ତି ଦିପକ କୁମାର ଠାକୁର। ନିରପେକ୍ଷ ସାମ୍ବାଦିକତା ପାଇଁ ସେ ସ୍ଥାନୀୟ ଜନତାଙ୍କ ଦ୍ବାରା ବେଶ ଆଦୃତ ହୋଇ ପାରିଛନ୍ତି। ନନ୍ଦିଘୋଷ ଟିଭିର ଧର୍ମଗଡ଼ ପ୍ରତିନିଧି ଭାବେ କାର୍ଯ୍ୟରତ ବାଳକୃଷ୍ଣ ନାଏକ ଅନେକ ଗଣମାଧ୍ୟମରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଜଣେ ନିର୍ଭିକ ପତ୍ରକାର ଭାବେ ସେ ନିଜ ଅଞ୍ଚଳର କୋଣ ଅନୁକୋଣରେ ପହଞ୍ଚି ଜନସାଧାରଣଙ୍କ କଥାକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚାଇଥାନ୍ତି। ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନର ସାଧାରଣ ସମ୍ପାଦକ ଥିବାବେଳେ ସେ ନିଜସ୍ଵ ଓ୍ବେବ ପୋର୍ଟାଲ କ୍ରାନ୍ତି ବାର୍ତ୍ତାର ସଂପାଦକ ଭାବେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି। ଶ୍ରୀ ମହାନନ୍ଦ ଜଣେ ସୁଦକ ମଞ୍ଚ ଉଦଘୋଷକ ଭାବେ ଖ୍ୟାତି ଅର୍ଜନ କରିଥିବାବେଳେ ବିଭିନ୍ନ ସଂଗଠନ ସହ ଜଡ଼ିତ ରହି ସମାଜସେବା କରି ଆସୁଛନ୍ତି।

ସେହିପରି ଭାବେ ହିରଣ୍ୟ ବେହେରା ଜଣେ ଯୁବ ସାମ୍ବାଦିକ, ସୁସଂଗଠକ, କଳାକାର, କ୍ରିଡ଼ା ଉଦଘୋଷକ ଓ ସମାଜସେବୀ ଭାବରେ ସୁପରିଚିତ। ଶ୍ରୀ ବେହେରା ୨୦୧୭ରୁ ବର୍ତ୍ତମାନ ଯାଏଁ ଓଡ଼ିଆ ବାର୍ତ୍ତାର କୋକସରା ପ୍ରତିନିଧି ଭାବେ କାର୍ଯ୍ୟ କରିଆସୁଛନ୍ତି। ତ୍ରିଲୋଚନ ଗଉଡ ଜଣେ ନିରପେକ୍ଷ ଖବରଦାତା ଭାବେ ସୁପରିଚିତ। ଦୀର୍ଘ ବର୍ଷ ଧରି ସେ ଓଡ଼ିଶା ଭାସ୍କରର ନର୍ଲା ପ୍ରତିନିଧି ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି। ସେହିପରି ଭାବେ ‘ଆଜିକାଲି’ ଦୈନିକ ଖବରକାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଥିବା ବିରଞ୍ଚି କରୁଆଁ ଜଣେ ଯୁବ ସାମ୍ବାଦିକ ଭାବେ ଜନତାଙ୍କ ସ୍ବରକୁ ପ୍ରଶାସନ ପାଖରେ ପ୍ରଭାବି ଢଙ୍ଗରେ ଉପସ୍ଥାପନ କରି ଆସୁଛନ୍ତି। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସହିତ ଜଡିତ ରହି ବିଭିନ୍ନ ସମସ୍ୟା ସମ୍ପର୍କିତ ଓ ଦୁର୍ନୀତି ବିରୋଧୀ ତଥା ତଥ୍ୟ ଭିତ୍ତିକ କଲମ ଚାଳନା କରି ଏହି ସାମ୍ବାଦିକମାନେ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶରେ ଏକ ବିପ୍ଳବ ଆଣି ପାରିଛନ୍ତି। ତେଣୁ କୁମାରସ୍ବାମୀ ମହୋତ୍ସବ ଅବସରରେ ଏହି ଅନନ୍ୟ ପ୍ରତିଭାଦୀପ୍ତ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯିବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

April 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version