ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ବରଗଡ଼ ଜିଲ୍ଲା :- ଯୁବ ନେତା ସୁଶାନ୍ତ ସାହୁ ଓ ଅଭିଷେକ ସେଟ୍ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି ବୋଲି ଆଜି ରାଜ୍ୟ ଯୁବ କଂଗ୍ରେସର ସଭାପତି ଙ୍କ ଅଫିସ୍ ପତ୍ର ସଂଖ୍ୟା ୧୨ ତା.୧୯/୦୮/୨୦୨୦ ରୁ ଜଣା ପଡ଼ିଛି । ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ତଥା ବର୍ତ୍ତମାନ ଯୁବ କଂଗ୍ରେସ ସମ୍ପାଦକ ଥିବା ଯୁବନେତା ସୁଶାନ୍ତ ସାହୁ ତଥା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଟ୍ ଙ୍କ ପୁଅ ତଥା ଯୁବନେତା ଅଭିଷେକ ସେଟ୍ ଙ୍କୁ ରାଜ୍ୟ କଂଗ୍ରେସ ସଭାପତି ଡ଼ଃ ସ୍ମୃତିରଞ୍ଜନ ଲେଙ୍କା ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ଦେଇଛନ୍ତି । ଉଭୟ ଙ୍କ ଏହି ନିଯୁକ୍ତି କୁ ଯୁବନେତା ନିପନ ଦାସ, ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ ,ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପ୍ରଦୀପ ଦେବତା, ଦିଲିପ ପଣ୍ଡା, ସ୍ବାଗତ କରିବା ସହ ରାଜ୍ୟ ସଭାପତି ଙ୍କୁ ଧନ୍ୟବାଦ ଜଣାଇଛନ୍ତ ।
ବରଗଡ଼ ଜିଲ୍ଲା ଯୁବକଂଗ୍ରେସ କମିଟି ର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଥିବା ରୁ ସୁଶାନ୍ତ ସାହୁ ଓ ଅଭିଷେକ ସେଟ୍ ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ଡ଼ଃ ବିଶ୍ୱରଂଜନ ମହାନ୍ତି, ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ଃ ସ୍ମୃତିରଞ୍ଜନ ଲେଙ୍କା, ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀ ଶ୍ରୀନିବାସ ବିଭି , ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରଭାରୀ କ୍ରିଷ୍ଣା ଅଲାବେରୁ,ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ, ଭାରତୀୟ ଯୁବ କଂଗ୍ରେସ ସମ୍ପାଦକ ରିୟାଜ଼ ଅଂସାରୀ କୁ ଧନ୍ୟବାଦ ଜଣାଇଛନ୍ତି। ସୁଶାନ୍ତ ସାହୁ ଓ ଅଭିଷେକ ସେଟ୍ ଙ୍କ ନିଯୁକ୍ତି ଫଳରେ ଯୁବକ ମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଦେଖିବାକୁ ମିଳୁଛି।ଆଗାମୀ ଦିନରେ ବରଗଡ ଜିଲ୍ଲା ଯୁବ କଂଗ୍ରେସ ସଂଗଠନ ଅଧିକ ରୁ ଅଧିକ ସୁଦୃଢ ହେବ ବୋଲି ନେତୃମଣ୍ଡଳୀ ଆଶା ବ୍ୟକ୍ତ କରିଛନ୍ତି। (ରିପୋର୍ଟ -ସତ୍ୟ ନାରାୟଣ ପ୍ରଧାନ)