No Result
View All Result
୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ ସୁସ୍ଥ ସମାଜ ଗଠନ ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ଦେଈ ଏଥିରେ ସଭାପତିତ୍ୱ କରିଥିଲେ । ସମ୍ମାନିତ ବକ୍ତା ଭାବେ ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁ ଯୋଗଦାନ କରି ପରିବେଶକୁ ସୁସ୍ଥ ସରସ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତି ବର୍ଷ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ସହିତ ତା’ର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ ।
ପରିବେଶ କିପରି ଧ୍ୱସଂ ଆଡକୁ ଗତି କରୁଛି ସେ ସଂପର୍କରେ ବହୁ ଉଦାହରଣ ମାଧ୍ୟମରେ ଶ୍ରୀ ସାହୁ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ବାଉରୀବନ୍ଧୁ ପ୍ରଧାନ, ସରସ୍ୱତୀ ତ୍ରିପାଠୀ ଓ ଝରି ପଲେଇ ପ୍ରମୁଖ ଯୋଗଦାନ କରିଥିଲେ । 
No Result
View All Result