No Result
View All Result
୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> କଟକ ସାଂସଦ ଭର୍ତ୍ତୁହରି ମହତାବ ବାଙ୍କୀ ବିଜେପି କାର୍ଯ୍ୟାଳୟ ଠାରେ ଜନଅଭିଯୋଗ ଶୁଣାଣି କରିଥିଲେ । ଏହି ଶିବିରରେ ପ୍ରାୟ ୧୫୫ରୁ ଉର୍ଦ୍ଧ୍ୱ ଅଭିଯୋଗପତ୍ର ସାଂସଦଙ୍କୁ ଜନସାଧାରଣ ପ୍ରଦାନ କରିଛନ୍ତି । ବିଶେଷ କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ମହାପ୍ରଣାୟ ଗାଡିର ଅଚଳା ଅବସ୍ଥା,
କୁଶୁପଙ୍ଗି ଅଞ୍ଚଳର ଶତାଧିକ ଚାଷଜମି କ୍ଷତିଗ୍ରସ୍ତ ଓ ବାଙ୍କୀରେ ସହୀଦ ସ୍ତମ୍ଭ ନିର୍ମାଣ ଆଦି ବହୁ ଅଭିଯୋଗପତ୍ର ସାଂସଦଙ୍କୁ ପ୍ରଦାନ କରାଯାଇଛି । ଏହି ଜନଅଭିଯୋଗ ଶୁଣାଣିରେ ବିଜେପି କଟକ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି, ବାଙ୍କୀ ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
No Result
View All Result