No Result
View All Result
୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁରୀ ଜିଲ୍ଲା :-> ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଧନକଉଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ପରିଦର୍ଶନ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଅସ୍ୱଥି ଏସ, ଏନଏଚଏମ୍ ର ମିଶନ ନିର୍ଦ୍ଦେଶକ ଡାକ୍ତର ବୁନ୍ଦା ଡି, ସ୍ୱାସ୍ଥ୍ୟ ନିର୍ଦ୍ଧେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ପରିବାର କଲ୍ୟାଣ ର ନିର୍ଦ୍ଧେଶକ ଡାକ୍ତର ସଂଯୁକ୍ତା ସାହୁ, ଏନ୍ଏଚଏମ୍ ସ୍ୱତନ୍ତ୍ର ଅଧିକାରୀ ଆଦିତ୍ୟ କୁମାର ପ୍ରଧାନ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମ୍ବଲପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର,
ମେଡିକାଲ ଅଫିସର ଡାକ୍ତର ଦିଲିପ୍ କୁମାର ମୂଦୁଲି, ଏଡିପିଏଚଓ ଡାକ୍ତର ପ୍ରଦୀପ ହୋତା , ଅତିଥି ସଭ୍ୟ ହୀରାଲାଲ ବେହେରା, ରାଜ୍ୟ କମିଟି ସଂଯୋଜକ ହୃଷୀକେଶ ସାହୁ,ସହକାରୀ ପ୍ରୋଗ୍ରାମ ଅଫିସର ମଲୟ ପାଣିଗ୍ରାହୀ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ।
ଏହି ଅବସରରେ ପ୍ରତିନିଧି ଦଳ ଧନକଉଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆବଶ୍ୟକୀୟ ଭିତ୍ତିଭୂମି ତଥା ଏଠାରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ସୁବିଧାକୁ ନେଇ ତଦାରଖ କରିଥିଲେ । ବିଶେଷ କରି ଆଗାମୀ ଦିନରେ ସ୍ୱାସ୍ଥ୍ୟ ବିଭାଗର ସିବିଆଇଏମ ଟିମ୍ ପରିଦର୍ଶନ ପୁର୍ବରୁ ଆଜିର ଏହି ପରିଦର୍ଶନ କୁ ନେଇ ବେଶ ଗୁରୁତ୍ବ ଦିଆଯାଉଛି ।
No Result
View All Result