No Result
View All Result
୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଆରମ୍ଭ ହୋଇଛି ଜନ ସମ୍ପର୍କ ପଦଯାତ୍ରା। ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ନଗର ଓ ବ୍ଲକ ବିଜେଡ଼ି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ବିଜେଡ଼ି ନଗର ସଭାପତି ହୃଦୟାନନ୍ଦ ମହାପାତ୍ରଙ୍କ ନେତୃତ୍ବରେ ବଇଁଚ ବଣିଆ ଡାକ ବଙ୍ଗଳା ଠାରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା। ବାଦ୍ୟ ବାଜଣା ସହ ଏକ ବିଶାଳ ପଟୁଆରରେ ଆସି ବିଜୁ ପଟ୍ଟନାୟକ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟାର୍ପଣ କରି ବିଜେପି ବିରୋଧୀ ନାରା ଦେଇ ସହର ପରିକ୍ରମା କରିଥିଲେ।
ଶେଷରେ ବିଜୁ ପଟ୍ଟନାୟକ ଶିଶୁଦ୍ୟାନ ନିକଟରେ ପହଁଚି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିକୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବିଜେଡ଼ି ସରକାରଙ୍କ ସମୟରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଉତ୍ତମ ଶାସନ ବଳରେ ରାଜ୍ୟରେ ଦୃତ ବିକାଶ, ଆର୍ଥିକ ଅଭିବୃଦ୍ଧି ଓ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରି ଏକ ନିଆରା ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ କେନ୍ଦ୍ରର ବିଜେପି ସରକାର ରାଜ୍ୟରେ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ବୋଲି ସାଧାରଣ ଜନତା ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ସହ ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଥିବା କହିଥିଲେ।
ମାଗଣା ବିଜୁଳି, ବାର୍ଦ୍ଧକ୍ୟ ଭତ୍ତା, ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟର କେତେ ସଂଖ୍ୟକ ଲୋକ ଉପକୃତ ହେବେ ତାହା ଆଗମୀ ଦିନରେ ରାଜ୍ୟବାସୀ ଜାଣି ପାରିବେ ବୋଲି ମତ ବ୍ୟକ୍ତ କରିଥିଲେ। ଏବେ ବି ରାଜ୍ୟରେ ନବୀନ ବାବୁଙ୍କ ଲୋକପ୍ରିୟତା ଅତୁଟ ରହିଛି ଏବଂ ଏହା ବିଜେଡିର ଅସଲ ଶକ୍ତି ବୋଲି ଅଭିଭାଷଣ ରଖି ବିଜେପିକୁ ନିଶାନା କରିଥିଲେ। ଆୟୋଜିତ ପଦଯାତ୍ରାରେ ପୌର ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ, ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ,ପ୍ରଦୀପ କୁମାର ପଣ୍ଡା, ନୀଳମଣି ପଟ୍ଟନାୟକ, ଯୁଧିଷ୍ଠିର ସ୍ବାଇଁ, ସନାତନ ନାହାକ, ସଞ୍ଜୟ ସ୍ବାଇଁ, ଅଶ୍ଵିନୀ ଗୌଡ଼,ବସନ୍ତ କୁମାର ବେହେରା, ମନୁ ପାଢ଼ୀ, ପାରିଷଦ,ଛାତ୍ର,ମହିଳା ବିଜେଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ ବ୍ଲକ ଓ ପୌରାଞ୍ଚଳର କିଛି ପୁରୁଖା ତୁଙ୍ଗନେତା,ଦକ୍ଷ ସଂଗଠକ,ଜନ ପ୍ରତିନିଧି ଓ ସେମାନଙ୍କ ସମର୍ଥକ ଜନସମ୍ପର୍କ ପଦଯାତ୍ରାରୁ ଦୂରେଇ ରହିଥିବା ଦେଖିବାକୁ ମିଳିଥିଲା।
No Result
View All Result