No Result
View All Result
୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ପାଠପଢା ସହିତ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଆରମ୍ଭ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”ର ଉଦ୍ଘାଟନ ସୋମବାର ଦିନ ମାନ୍ୟବର ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କର କମଳରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ହୋଇଯାଇଅଛି l ‘ଓଡିଶାର ଲୋକକଳା’ ପ୍ରସଙ୍ଗ ଉପରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୨୬ଗୋଟି ବ୍ଲକରୁ ପ୍ରାୟ ୯୦୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶୀଧର ସିଂହ ଓ ଶ୍ରୀମତୀ ଦୀପ୍ତି ନାଏକ ପ୍ରମୁଖ ଯୋଗଦାନ କରିଥିଲେ ।
ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ଶ୍ରୀମତୀ ଭାରତୀ ହାଁସଦା ଓ ବାରିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରକାଶ ସୋରେନ ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ ଉଦଘାଟନୀ ଓ ଉଦଯାପନୀ ସଭାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶୀଧର ସିଂହ ଓ ଭିନ୍ନକ୍ଷମ ଓ ଗଣମାଧ୍ୟମ ସଂଯୋଜକ, ଶ୍ରୀଯୁକ୍ତ ନିରଞ୍ଜନ ନାୟକ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ସମସ୍ତ ୨୬ ଗୋଟି ବ୍ଲକ ମଧ୍ୟରୁ ଅଂଶଗ୍ରହଣ କରିଥିବା ୯୦୦ପ୍ରତିଯୋଗୀ ୨୯ ଟି ବିଭାଗରେ ଅଂଶଗ୍ରହଣ କରିଥିଲେ ଓ ସେଥି ମଧ୍ୟରୁ ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏଥିମଧ୍ୟରୁ ପ୍ରତ୍ୟେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ୧୪ ତାରିଖରେ ଭୁବନେଶ୍ଵରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶ ଗ୍ରହଣ କରିବେ ।
ଚତୁର୍ଥ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ବିଭିନ୍ନ ବର୍ଗ ଯଥା–ଏକାଦଶ ରୁ ଦ୍ଵାଦଶ ବରିଷ୍ଠ ଉଚ୍ଚ ମାଧ୍ୟମିକ ବର୍ଗର ବିତର୍କରେ ଲକ୍ଷ୍ମୀପ୍ରିୟା ଖିଲାର, ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖୁଣ୍ଟା, ପ୍ରବନ୍ଧରେ ଚାନ୍ଦନୀ ବିନ୍ଧାଣି, ଡି. ଏଲ. ମହାବିଦ୍ୟାଳୟ, ବହଳଦା, ଚିତ୍ରାଙ୍କନରେ ସୌମ୍ୟା ସୁରେଖା ପୃଷ୍ଟି, ଓଡିଶା ଆଦର୍ଶ ବିଦ୍ୟାଳୟ, ଗୋରୁଡବସ।, ବେତନଟୀ, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ରସିଦ। ପରୱିନ, ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ, ରାସଗୋବିନ୍ଦପୁର, କୁଇଜରେ ସମିତ ଗିରି, ଓଡିଶା ଆଦର୍ଶ ବିଦ୍ୟାଳୟ, ଝ।ଡଗାଁ, ବହଳଦା, ସୃଜନଶୀଳ ଲିଖନରେ କୃଷ୍ଣା ପଣ୍ଡା ସାରସ୍ଵତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଆମରା, ଗୋପବନ୍ଧୁ ନଗର, ବକ୍ତୃତାରେ, ବନାନୀ ବେହେରା, ଏମ. ଜି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୈଶିଙ୍ଗା, ବେତନଟୀ, ସଙ୍ଗୀତରେ ସାଗର ହେମ୍ବ୍ରମ, ରାଇରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଇରଙ୍ଗପୁର, ସଙ୍ଗୀତ (ଦିବ୍ୟାଙ୍ଗ) ରେ ଗୁରୁବାରି ମୁର୍ମୁ, ବାବା ଜଟେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ, ଛୋୟରାୟପୁର, ମୋରଡା ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ସେହିପରି ଅଷ୍ଟମରୁ ଦଶମ ବରିଷ୍ଠ ବର୍ଗର ବିତର୍କରେ ଅର୍ଚିତା ନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟ, ବଡଦେଉଳି, କରଞ୍ଜିଆ, ପ୍ରବନ୍ଧରେ ପାୟଲ ପ୍ରିୟଦର୍ଶିନୀ ପୃଷ୍ଟି, ଏଫ. ଏମ. ଏକାଡେମି, ତାର।ଣା, ବହଳଦା, ଚିତ୍ରାଙ୍କନରେ ଆଶିଷ ବିଶ୍ଵାଳ, ସରକରୀ ଉଚ୍ଚ ବିଦ୍ୟାଳୟ, ଉଦଳା, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ଆକାଶ ଟୁଡୁ, ଶ୍ରବଣ ବାଧିତ ସ୍ଵତନ୍ତ୍ର ବିଦ୍ୟାଳୟ, ବାରିପଦା, କୁଇଜରେ ଦୀପସିତା ମିଶ୍ର, ସରକରୀ ଉଚ୍ଚ ବିଦ୍ୟାଳୟ, ପଶୁଦ।, ଗୋପବନ୍ଧୁ ନଗର, ସୃଜନଶୀଳ ଲିଖନରେ ଦୀପିକା ମୁର୍ମୁ, ପି. ସି. ପୁର ଆଶ୍ରମ ବିଦ୍ୟାଳୟ, ଉଦଳା, ବକ୍ତୃତାରେ ଦୀପଙ୍କର ବେହେରା, ବାପୁଜୀ ଉଚ୍ଚ ବିଦ୍ୟାଳୟ, ସାନବେଲାକୁଟି, ଗୋପବନ୍ଧୁ ନଗର, ସଙ୍ଗୀତରେ ଶ୍ରଦ୍ଧା ସ୍ମୃତି ଦାସ ଏମ. ପି. କେ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା, ସଙ୍ଗୀତ (ଦିବ୍ୟାଙ୍ଗ) ରେ ପବିତ୍ର କୁମାର ମୁର୍ମୁ, ବୀର୍ସାମୁଣ୍ଡ। ଉଚ୍ଚ ବିଦ୍ୟାଳୟ, ବାରିପଦା ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ସେହିପରି ଚତୁର୍ଥରୁ ସପ୍ତମ କନିଷ୍ଠ ବର୍ଗର ଚିତ୍ରାଙ୍କନରେ ଜ୍ୟୋତିପ୍ରଭ। ଦେବୀ, ଓଡିଶା ଆଦର୍ଶ ବିଦ୍ୟାଳୟ, ଟିଟିଆ, ଗୋପବନ୍ଧୁ ନଗର, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ଯାଉନା ଟୁଡୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇନ୍ଦଖୋଳି, କୁଇଜରେ ନିତେଶ ଗୋଚ୍ଛାୟତ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଠାଣିନୂଆଗାଁ, ବଡସାହି, ସୃଜନଶୀଳ ଲିଖନରେ ଶୁଭଶ୍ରୀ ଦଳାଇ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଲକା, ବେତନଟୀ, ବକ୍ତୃତାରେ ପ୍ରତ୍ୟାଶା ହାତି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପରସିବଣି, କପ୍ତିପଦା, ସଙ୍ଗୀତରେ ଆୟୁଷ ମଣ୍ଡଳ, ଓଡିଶା ଆଦର୍ଶ ବିଦ୍ୟାଳୟ, ସାନମୌଦା, ରାଇରଙ୍ଗପୁର, ସଙ୍ଗୀତ (ଦିବ୍ୟାଙ୍ଗ) ରେ ଯମୁନା ମଣ୍ଡଳ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶ୍ୟାମାନନ୍ଦପୁର, ରାସଗୋବିନ୍ଦପୁର, ଓଡିଆ ହସ୍ତାକ୍ଷର ଓ ଶ୍ରୁତ ଲିଖନରେ ସ୍ନେହାସିନୀ ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟ, ଧ।ନଘେରା, ଖୁଣ୍ଟା, ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ପି. ଏମ. ପୋଷଣ ଚିତ୍ରକଳାରେ ବାସନ୍ତୀ ସିଂ, ଏସ. ଏସ. ଡି. ବାଳିକା ଉଚ୍ଚ ବିଦ୍ୟାଳୟ, ବଡସିମୁଳିଆ, କପ୍ତିପଦା, ପି. ଏମ. ପୋଷଣ ଶିଳ୍ପକଳାରେ ଅଙ୍କିତା ବାରିକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝାରପୋଖରିଆ, ସାରସକଣା ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ସୁରଭିର ସବୁଠାରୁ ଆକର୍ଷଣୀୟ ସାଂସ୍କୃତିକ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚିଙ୍ଗୁଡିପୋଖରୀ, କୁସୁମି ପ୍ରଥମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା କାର୍ଯ୍ୟ।ଳୟର ଆଦିବାସୀ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ସପନ କୁମାର ପୃଷ୍ଟି, ଶୈକ୍ଷିକ ସଂଯୋଜିକା ଶୈଳବାଳା ବେହେରା, ଅର୍ଥ ପରାମର୍ଶଦାତା ଶ୍ରୀଯୁକ୍ତ ଅଶୋକ କୁମାର ସାମଲ, ଓ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ବିଜ୍ଞାନ ପରିଦର୍ଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିଲା ବେଳେ ଶିକ୍ଷକ ସୋମନାଥ ସିଂ, ସତ୍ୟ ନାରାୟଣ ନାୟକ, ଦିଲ୍ଲୀପ କୁମାର ଘୋଷ, ନାରାୟଣ କିଂକର ଦତ୍ତ, ପୁଲକ ଚନ୍ଦ୍ର ମହାନ୍ତ, ଗରେନ୍ଦ୍ର ସିଂ, ଜଗନ୍ନାଥ ସିଂ, ଗଣେଶ ବେହେରା ଶିକ୍ଷୟିତ୍ରୀ ପଦ୍ମିନୀ ପାଢୀ, ମୌସୁମୀ ସାହୁ, ମୌସୁମୀ ଦୀକ୍ଷିତ, ଅଶ୍ଵିନୀ କୁମାର ସିଂହ, ରାଜେଶ କୁମାର ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ ।
No Result
View All Result