୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସୁକିନ୍ଦା /କାଳିଆପାଣି :-> ଦୀର୍ଘ ୫ ଦଶନ୍ଧି ପରେ ପାରିବାରିକ ରାଜନୀତି ରେ ପୂର୍ଣ୍ଣଛେଦ ଲାଗିଛି, ପରିବର୍ତ୍ତନ ଦେଖିବାକୁ ମିଳିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ , ଘଡେଇ ପରିବାର ଏକାଧିକ ବାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବାଜିମାତ କରି ଆସୁଥିବା ପରେ ଆଖି ଦୃଷ୍ଟିଆ କାର୍ଯ୍ୟ ସୁକିନ୍ଦା ରେ ଦେଖା ଦେଲାନାହିଁ । ଯାହାକି ସୁକିନ୍ଦା ବାସୀ ଆଜି ପାରିବାରିକ ରାଜନୀତି ରେ ରୋକ ଲଗାଇ ସୁକିନ୍ଦା ର ଦାଇତ୍ଵ କୁ ବିଧାୟକ/ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଙ୍କୁ ଟେକି ଦେଇଥିବା ଦେଖିବାକୁ ମିଳିଛି । ବିଗତ ବର୍ଷ ରୁ ବିଜୁ ଜନତା ଦଳ ରେ କଣ ଠେସା ହୋଇ ରହି କାର୍ଯ୍ୟ କରି ଆସୁଥିବା କର୍ମୀ ଓ ସୁକିନ୍ଦା ଖଣି ଅଞ୍ଚଳ ର ବହୁ ପୁରୁଣା ସଂଗଠନ (ସୁକିନ୍ଦା କ୍ରମାଇଟ ଖଦାନ ମଜଦୁର ସଂଘ ) ରେ ଉତପ୍ରତଃ ଭାବେ ଜଡ଼ିତ ଥିବା ଶ୍ରମିକ ମାନେ ଆଜି ଏହି ସଂଗଠନ ରୁ ବିଦାୟ ନେଇଥିବା ଦେଖିବାକୁ ମିଳିଛି ।

ବିଜୁ ଜନତା ଦଳ ଓ ଏସ.ଆର.ସି.କେ.ଏମ.ଏସ ସଂଘ ରେ ଶ୍ରମିକ ମାନେ ଅଣନିଶ୍ୱାସୀ ଓ ନିର୍ଯ୍ୟାତନା ର ଶିକାର ହେଉଥିବା ହେତୁ ଦଳ ଛାଡିବାକୁ ବାଧ୍ୟ ହୋଇଥିବା ନେଇ ମତ ଦେଇଛନ୍ତି ଶ୍ରମିକ । ସୁକିନ୍ଦା ମାଟି ର ପୁଅ ଓ ନୂତନ ସଂଘଠନ ଶ୍ରମିକ ଙ୍କ ମନୋବଳ ଓ ବିଶ୍ୱାସ କୁ ସୁଦୃଢ କରିବା ସହ ଶ୍ରମିକ ଙ୍କ ଉଚିତ ପ୍ରାପ୍ୟ ଓ ପାଉଣା ଶ୍ରମିକ ଙ୍କୁ ମିଳିବ ବୋଲି ମତ ରଖିଥିଲେ ହସ୍ତନ୍ତର ଓ ବୟନ ଶିଳ୍ପ ମନ୍ତ୍ରୀ ଡ. ପ୍ରଦୀପ ବଳ ସାମନ୍ତ । ସାରୁଆବିଲ ଓ କମର୍ଦ୍ଧ ଖଣି ରୁ ପାଖାପାଖି ୩୦୦ ରୁ ଉର୍ଦ୍ଧ ଶ୍ରମିକ ଓ ଆଗଧାଡ଼ି କର୍ମୀ ବିଜୁ ଜନତା ଦଳ ରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି । ବିଜେଡି ର ବିଳାସ ବେହୁରା ମଧ୍ୟ ବିଜେଡ଼ି ରୁ ଇସ୍ତଫା ପତ୍ର ଦେଇ ବିଜେପି ସାମିଲ ହୋଇଛନ୍ତି ।

ଯେଉଁ ଭଳି ଭାବେ ବିଜେଡି ବର୍ତ୍ତମାନ ସଙ୍କୁଚିତ ହେବାରେ ଲାଗିଛି ଆଗାମୀ ଦିନରେ ବିଜୁ ଜନତା ଦଳ ରହିବ କି ନାହିଁ ତାହା ଏବେ ବଡ଼ ଚର୍ଚ୍ଚା ର ବିଷୟ । ବିଜେପି ସଂଗଠକ ବାବୁନି ରାଜ ପ୍ରଫୁଲ ଘଡେଇ ଓ ତାଙ୍କ ପୁତ୍ର ବା ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କୁ ଶ୍ରମିକ ନିର୍ଯାତନା ଓ ଶ୍ରମିକ ଶୋଷଣ କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପାଞ୍ଚ ଦଶନ୍ଧି ଧରି ଘଡେଇ ପରିବାର ସୁକିନ୍ଦା ନିର୍ବାଚନ ଜିତି ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଯେତିକି ଗୁରୁତର ସହ ନେଉ ନ ଥିଲେ ସେତିକି ଗୁରୁତର ସହ ନିଜ ସମ୍ପର୍କୀୟ ତଥା କିଛି ବଙ୍ଗାଳି ଙ୍କୁ ପ୍ରାଧାନ୍ୟ ଦେଇ ବଡ ବଡ ଠିକାଦାରୀ କରିବାକୁ ନେର୍ଦେଶ ଦେଉଥିଲେ ଏବଂ ଓଡିଶା ରେ କେହି ବଡ଼ ଠିକାଦାର ନାହିଁ କି ମଧ୍ୟ କହିଥିଲେ ଏହାପରେ ସୁକିନ୍ଦା ର ଅର୍ଥ କୁ ସଠିକ ମାର୍ଗ ରେ ନ ଲଗାଇ ନିଜ ବ୍ୟକ୍ତିଗତ କାର୍ଯ୍ୟ ରେ ଲଗାଇଥିବା ଭଳି କଥା କହି ତେରଛା ବାଣ ମାରିଥିଲେ ବାବୁନି ।

ନିର୍ବାଚନ ପରେ କୌଣସି ନେତା ନିଜ ଅଞ୍ଚଳ ବୁଲିବା ଓ ସୁଖ ଦୁଃଖ ବୁଝିବା ସାଧାରଣ ଲୋକ ଙ୍କ ପାଖରେ ପଂହଁଚିବାକୁ ମୁଖ୍ୟତଃ ନେତା ମାନେ ନାପସନ୍ଦ କରନ୍ତି ହେଲେ ସୁକିନ୍ଦା ବିଧାୟକ/ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏପରି ଏକ ବ୍ୟକ୍ତିତ୍ୱ ଯିଏ କି ସବୁ ମୁହୂର୍ତ୍ତରେ ନିର୍ବାଚନ ପରେ ବି ସୁକିନ୍ଦା ବାସୀ ଙ୍କ ସହ ମିଶିବାକୁ ଚାହାନ୍ତି ବୋଲି ବି କହି ନିଜର ବକ୍ତବ୍ୟ ଶେଷ କରିଥିଲେ । ଏହା ପରେ କାର୍ଯ୍ୟ କ୍ରମ ରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶତାଧିକ ଶ୍ରମିକ ଓ କର୍ମୀ ଙ୍କୁ ନିଜ ଦଳ କୁ ପାଛୋଟି ଆଣିବା ସହ ନିଜ ହାତ ରେ କର୍ମୀଙ୍କୁ ଟୋପି ଓ ଉତରି ପକାଇ ଫୋଟ ଉଠାଇ ଥିବା ଦେଖିବାକୁ ମିଳିଛି ।

ଏହି ମିଶ୍ରଣ ପର୍ବ ରେ ବିଜେପି ସଂଗଠକ ଅମଳେନ୍ଦୁ ବେହୁରା ,ବିଦ୍ୟାଧର ପାତ୍ର , ରବୀନ୍ଦ୍ର ସାହୁ , ଦୀପକ ପାତ୍ର ,ଧୀରେନ୍ଦ୍ର ଦେହୁରୀ ,ବାବୁନି ରାଜ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ଏବଂ ଚଳିତ ସପ୍ତାହ ବୁଧବାର ଦିନ ମଧ୍ୟ ଚିଙ୍ଗୁଡ଼ି ପାଳ ପଞ୍ଚାୟତ ରେ ୨୦୦ରୁ ଉର୍ଦ୍ଧ ବିଜେଡି କର୍ମୀ ବିଜୁ ଜନତା ଦଳ ରୁ ବିଦାୟ ନେଇ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ଏତେ ସଂଖ୍ୟକ କର୍ମୀ ବିଜେଡି ଛାଡି ବିଜେପି ଦଳ କୁ ଚାଲି ଯାଉଥିବା ବେଳେ ବିଜୁ ଜନତା ଦଳ ରେ ଥିବା ଅନ୍ୟ କିଛି ପୁରୁଖା କର୍ମୀ ଙ୍କ ମନୋବଳ ଭାଙ୍ଗି ବାରେ ଲାଗିଛି ଏବଂ କିଛି କର୍ମୀ ଗୁପ୍ତ ରେ ଭାରତୀୟ ଜନତା ପାର୍ଟି ସହ ଲିଙ୍କ ରେ ଥିବା ବି ସ୍ପଷ୍ଟ ହୋଇଛି ।