No Result
View All Result
୮ ବର୍ଷ ପେର ନୂତନ ସଚିବ ବିଷ୍ନୁପଦ ସେଠୀଙ୍କ କଡ଼ା ଚିଠି
୧.ଦୁଇ ଲକ୍ଷ ତଙ୍କା ଫେରାଇ ଲୁଚିଗେଲ ପୁବର୍ତନ ବିଡ଼ିଓ ମଧୁସୁଦନ ବେହରା
୨. କାହିଁକି ଏଫଆଇଆରରୁ ବାଦ ଦିଆଗଲା ୫ ଓଏଏସ ଅଧିକାରୀଙ୍କ ନାମ
୩. ତତ୍କାଳିନ ଜିଲାପାଳଙ୍କ ନିର୍ଦ୍ଦେଶକୁ ଚାପେିଦେଲ ତିନି ପୂର୍ବତନ ବିଡ଼ିଓ
୪. ଦୃନୀର୍ତି କରି ଟଙ୍କା ଫେରାଇଥିଲେ ମଧ୍ୟ କାହିଁକି ହେବ ନାହିଁ କାଯ୍ୟନୁଷ୍ଠାନ
୫. ସରପଂଚ ଓ ନିବାର୍ହୀ ଅଧିକାରୀ ବନ୍ଧା ହୋଇଥିଲେ ମଧ୍ୟ କାହିଁ ବନ୍ଧା ହେବ ନାହିଁ ଅଧିକାରୀ
୬. କୁଅୋଡ଼ ଗଲେ ଭିଜିଲାନ୍ସ ଓ ସିବିଆଇ ଟିମ
୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲା ବାଲିଗୁଡା ବ୍ଲକରେ ହୋଇଥିବା ମହାଦୁର୍ନୀତି ମାମଲାରେ ବନ୍ଧା ହେବ ସରକାରୀ ଟଙ୍କା ଲୁଟିଥିବା ଅଧିକାରୀ ଓ କମର୍ଚାରୀ । ଏମାନଙ୍କ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହାକୁ ଗୁରୁତର ସହ ନେଇ ଏକ କଡ଼ା ଚିଠି ଲେଖିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ସେମାନଙ୍କ ପାଖରୁ ସରକାରଙ୍କ ଟଂଙ୍କା ଅସୁଲ କରାଯାଇଛି କି ନାହିଁ ତାହା ଉପେର ରେିପାର୍ଟ ମାଗିଛନ୍ତି । ଏଥିସହ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ କର୍ଯ୍ୟନୁଷ୍ଠାନ ନେବା ଏବଂ ୧୫ ତାରିଖ ସୁଦ୍ଧା ସମସ୍ତ ଘଟଣାର ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାର ଜିଲାପାଳଙ୍କୁ ନିର୍ଦେର୍ଶ ଦେଇଛନ୍ତି ।
ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଗତ ୧ ତାରିଖେର ଚିଠି ନଂ ୮୭୮୧ ରେ ଜିଲାପାଳଙ୍କୁ ଏହି ଘଟଣା ଉପେର ରିପୋର୍ଟ ମାଗିଛନ୍ତି । ବାଲିଗୁଡା ବ୍ଳକେର ଜାତୀୟ ପରିବାର ସହାୟତା ଯୋଜନା(ଏନ୍ଏଫବିଏେ)ର ୭୫ ଲକ୍ଷ ୩୦ ହଜାର ଟଙ୍କାର ଦୁର୍ନୀତି ହୋଇଥିଲା । ଅଡିଟ ରିପୋର୍ଟ ଅନୁସୋର ଏଥିରେ ସାମିଲ ଥିବା ଅଧିକାରୀଙ୍କ ପାଖରୁ ଅର୍ଥ ଆଦାୟ କରି ସରକାରଙ୍କ ପାଖକୁ ନେବା ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ୨୦୨୨ ନେଭମ୍ବର 31ର ଚିଠି ନଂ ୩୦୯୪, ୨୦୨୩ ମାର୍ଚ୍ଚ ୨୮ର ଚିଠି ନଂ ୨୬୧୮ ଏବଂ ମାର୍ଚ୍ଚ ୩୦ର ଚିଠି ନଂ ୨୭୦େ୬ର ତତ୍କାଳିନ ଜିଲାପାଳ ବାରମ୍ବାର ଚିଠି କରିଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ଉତର ମିଳିନାହିଁ । ସରକାରୀ ଅର୍ଥ ହଡପ କରି ଆମର କିଛି ହେବ ନାହିଁ ବୋଲି ଭାବି ବସିଥିବା ଅଧିକାରୀଙ୍କ ଉପରେ ଏବେ ଚଡକ ପଡିଛି ।
ଏହି ଦୁର୍ନିତେୀର ସାମିଲ ଥିବା ଅନ୍ୟମାନଙ୍କ ଉପରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କି ସେମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ଅର୍ଥ ଭରଣା କରାଯାଇନାହିଁ ।
ବାଲିଗୁଡ଼ା ବ୍ଳକ୍େର ଲୋକାଲ୍ ଫଣ୍ଡ୍ ଅଡିଟ୍ ଚିଠି ନଂ.286/27.2.2017ର ଓ.ଏ.ପି(ବାଦ୍ଧକ୍ୟ ଭତା), ଏନ୍.ଏଫ୍.ବି.ଏ(ଜାତୀୟ ପରିବାର ସହାୟତା ଯୋଜନା) ଯୋଜନାରେ କୋଟିରୁ ଊର୍ଦ୍ଧ୍ୱ ଟଂକା ହଡପ ନେଇ ବାଲିଗୁଡ଼ା ଥାନରେ କିଛି ଅଧିକାରୀ ଓ କମର୍ଚାରୀଙ୍କ ନାମେର ମାମଲା ହୋଇଛି । ୪ ପୁତର୍ତନ ବିଡ଼ିଓ ପ୍ରେମାଦ କୁମାର ପୂଷ୍ଠି, ସେରାଜ କୁମାର ମିଶ୍ର,ରଂଜନ କୁମାର ବିଶ୍ପାଳ, ରବିନ୍ଦ୍ର ନାରାୟଣ ସାହୁଙ୍କ ନାମରେ କାହିଁକି ହୋଇନାହିଁ ଏଫଆଇ ଆର। କାରଣ ଅଡ଼ିଟ ରିପୋଟରରେ ଏମାନଙ୍କ ନାମରେ ମଧ୍ୟ ରହିଛି ସରକାରୀ ଅର୍ଥ ହଡ଼ପର ଅଭିଯୋଗ। କିନ୍ତୁ ଦିର୍ଘ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏମାନଙ୍କ ଉପରେ କୈାଣସି ହେଲ କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ । ଘଟଣାରେ ସାମିଲ ଥିବା ବିଡ଼ିଓ, କ୍ୟାସିୟର ଓ ହେଡ଼କ୍ଲକ ଉପରେ କାଯ୍ୟନୁଷ୍ଠାନ ହୋଇନାହିଁ ।
ବାଦ୍ଧର୍କ୍ୟ ଭତା, ବିଧବା ଭତା ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ବାଲିଗୁଡ଼ା ବ୍ଳକ୍ର ପୂବର୍ତନ ଏଲ୍.ଏ.ସି.ଓ. ଅମୃତା ମିଶ୍ର, ପୂବର୍ତନ କୋଷାଧ୍ୟକ୍ଷ ସତ୍ୟନାରାୟଣ ସାହୁ, ବରିଷ୍ଠ କିରାଣୀ/ ଆକାଉଂଟାଂଟ୍ ପ୍ରକାଶ ଚନ୍ଦ୍ର ସାହୁ ଏବଂ ପୂବର୍ତନ ବିଡିଓ ଶୁଭେନ୍ଦ୍ର କୁମାର ସାମଲ, ପୂବର୍ତନ ଆକାଉଂଟାଟ୍ ଜୟଦେବ କହଁର ୨୦୦୯ରୁ ୨୦୧୭ ଆର୍ଥିକ ବର୍ଷରେ କୋଟିଏରୁ ଉର୍ଦ୍ଧ ଟଙ୍କା ହଡ୍ପ କରିଥିବା ସ୍ୱତନ୍ତ୍ର ଅଡ଼ିଟ ରିପୋର୍ଟଟରେ ପ୍ରକାଶ ପାଇଥିଲା । ପୂବର୍ତନ ଏଲଏସଇଓ ଅମୃତା ମିଶ୍ରଙ୍କ ନାମେର ୧୯ଲକ୍ଷ ୭୨ହଜାର ୫୫୩, ବାଲିଗୁଡ଼ା ପୂବର୍ତନ କ୍ୟାସିୟର ସତ୍ୟନାରାୟଣ ସାହୁଙ୍କ ନାମରେ ୧୭ଲକ୍ଷ ୮୪ହଜାର୧୫୪, ଆକାଉଟାଂଟ ପ୍ରକାଶ ଚନ୍ଦ୍ର ସାହୁଙ୍କ ନାମେର ୧୧ ଲକ୍ଷ ୩୦ହଜାର, ପୂବର୍ତନ ବିଡ଼ିଓ ଶୁଭେନ୍ଦ୍ର କୁମାର ସାମଲଙ୍କ ନାମରେ ୧୭ ଲକ୍ଷ ୧୪ହଜାର ୧୫୫ଟଙ୍କା ଓ ବାଲିଗୁଡ଼ା ପୂବର୍ତନ ହେଡ଼ କ୍ଲର୍କ ଜୟଦେବ କହଁରଙ୍କ ନାମେର ୭ଲକ୍ଷ ୧୪ହଜାର ୧୫୪ଟଙ୍କା ହଡ଼ପ କରିଥିବା ରିପୋର୍ଟରେ ଦର୍ଶା ଯାଇଥିଲା ।
ସେହିପରି ୪ ଜଣ ପୂବର୍ତନ ବିଡ଼ିଓଙ୍କ ପ୍ରମୋଦ କୁମାର ପୁଷ୍ଠିଙ୍କ ନାମରେ ୯ ହଜାର୯୯୯ ଟଙ୍କା, ପ୍ରଶାନ୍ତ କୁମାର ପଣ୍ଡାଙ୍କ ନାମରେ ୪୩ ହଜାର୩୩୨ ଟଙ୍କା, ସରୋଜ କୂମାର ମିଶ୍ରଙ୍କ ନାମର ୯ ହଜାର ୯୯୯ ଟଙ୍କା,ରଂଜନ କୁମାର ବିଶ୍ନାଳଙ୍କ ନାମରେ ୨୯ ହଜାର ୯୯୭ ଟଙ୍କା ହଡ଼ପ ଅଭିଯୋଗ ହୋଇଥିଲା । ତେବ ପୂବର୍ତନ ବିଡ଼ିଓ ପ୍ରମୋଦ କୁମାର ପୁଷ୍ଟି, ରବି ନାରାୟଣ ସାହୁ ଓ ସରୋଜ କୁମାର ମିଶ୍ର ନାମରେ ଥିବା ଟଙ୍କା ଫେରାଇ ଦେଇଛନ୍ତି ।
ସୁଚନୋଯାଗ୍ୟ, ବାଲିଗୁଡା ବ୍ଲକରେ ଏନ୍ଏଫବିଏସ୍(ଜାତୀୟ ପରିବାର ସହାୟତା ଯୋଜନା)ରେ ପାଖାପାଖି ଗୋଟିଏ ଟଙ୍କାର ଦୁର୍ନିୀତି ହୋଇଥିବା ନେଇ ଲୋକାଲ ଅଡିଟରେ ଜଣା ପଡିଥିଲା । ପୂବର୍ତନ ଜିଲାପାଳ ରଘୁ.ଜି ଏହାର ଏକ ସ୍ୱତନ୍ତ୍ର ଅଡିଟ ନିର୍ଦ୍ଦେଶ ଦେଇଥିଲେ ।
ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଆସିଥିବା ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଂକା ବିଭିନ୍ନ ଲୋକଙ୍କ ନାମରେ ୨୦ରୁ ୨୨ ଥର ଲେଖାଏଁ ଡିପୋଜିଟ କରାଯାଇ ଟଂକା ହଡପ କରା ଯାଇଥିବା ଲୋକାଲ ଅଡିଟ ଫଣ୍ଡ ରିପୋର୍ଟରେ ପ୍ରକାଶ ପାଇଥିଲା । ସ୍ୱତନ୍ତ୍ର ଅଡିଟ ରେ ଦେଢ଼ କୋଟି ପାଖାପାଖି ଅର୍ଥ ହଡପ ହୋଇଥିବା ଜଣାପଡିବା ପରେ ପୂବର୍ତନ ଜିଲାପାଳ ଡା.ବୃନ୍ଦା ଡି ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦେବା ପାଇଁ ତତ୍ କାଳୀନ। ବିଡିଓ ମଧୁସୂଦନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଡ଼ିଟ ସମୟରେ ଦେଢ କେଟି ଟଙ୍କା ଫାଇଲକୁ ସେହି ସମୟରେ ଅଡ଼ିଟ ଟିମକୁ ଦିଆଯାଇ ନ ଥିଲା ଯାହାର ଏବ ତଦନ୍ତ ହେବା ଅବଶ୍ୟକ ରହିଛି। କାରଣ ଭତା ଟଙ୍କାରୁ କୋଟିଏ ଟଙ୍କାରୁ ଉର୍ଦ୍ଧ ହିସାବ ନ ଥିବା ଅଡ଼ିଟ ତାଙ୍କ ରିପୋର୍ଟ। ରେ ଦେଖାଇଛନ୍ତି। ଏତେ ବଡ଼ ଦୃନିତୀ ହୋଇଥିଲେ ମଧ୍ୟ ଭିଜିଲାସ କି ସିବିଆଇ କାହିଁକି ପଦକ୍ଷପ ନେଉ ନାହିଁ ବୋଲି ଆଦିବାସୀ ନେତା ଲମ୍ବୋଧର କହଁର ଓ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ଆଡ଼ଭୋକେଟ ସତ୍ୟ ନାରାୟଣ ବେହରା କହିଛନ୍ତି l
No Result
View All Result