No Result
View All Result
୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> କଟକ ରେଡକ୍ରସ୍ ଆନୁକୁଲ୍ୟରେ ଡମପଡ଼ା ବ୍ଲକ ଶିମିଳିପୁର ଗ୍ରାମ ପଂଚାୟତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାର୍ତ୍ତିକ ମହୋତ୍ସବ କମିଟି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ମହତଦାନ ବୋଲି କହିଥିଲେ । ଏହି ଶିବିରରେ ୭୦ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଶିମିଳିପୁର ସରପଂଚ ସୁକାନ୍ତ କୁମାର ବେହେରା ପ୍ରଥମେ ରକ୍ତଦାନ କରିଥିବା ବେଳେ ଆଖପାଖ ଅଞ୍ଚଳର ଜନସାଧାରଣମାନେ ରକ୍ତଦାନ କରିଥିଲେ ।
କାର୍ତ୍ତିକ ମହୋତ୍ସବ କମିଟି ପକ୍ଷରୁ ଅଜୟ କୁମାର ରାଉତ ଶିବିରକୁ ପରିଚାଳନା କରିଥିଲେ । ମହୋତ୍ସବ କମିଟିର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ଜନସାଧାରଣ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ନାୟକ, ବିଭୂଦତ୍ତ ସ୍ୱାଇଁ, ରାଇଚରଣ ବେହେରା, ଜ୍ଞାନରଞ୍ଜନ ନାୟକ, ପ୍ରବୀଣ କୁମାର ସ୍ୱାଇଁ, ଗୁରୁପ୍ରସାଦ ରାଉତ, ଅକ୍ଷୟ ନାୟକ, ଚିନ୍ମୟ ସ୍ୱାଇଁ , ସୂର୍ଯ୍ୟକାନ୍ତ ଭୂୟାଁ, ସୂର୍ଯ୍ୟକାନ୍ତ ନାୟକ, ସୁଶାନ୍ତ ସ୍ୱାଇଁ, ହୃଦରଞ୍ଜନ ସ୍ୱାଇଁ ଓ ମନୋଜ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।
No Result
View All Result