No Result
View All Result
୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରୁଷ ଏନ୍.ସି.ସି ଆନୁକୁଲ୍ୟରେ ଅକ୍ଟୋବର ୨୮ତାରିଖରୁ ନଭେମ୍ବର ୩ତାରିଖ ପର୍ଯ୍ୟନ୍ତ ଚାଲିଥିବା ଦୁର୍ନିତି ନିବାରଣ ସପ୍ତାହ ପାଳନ ଅବସରରେ ଏକ ଆଲୋଚନାଚକ୍ର ଓ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୁଷ ଏନ୍.ସି.ସି ଅଧିକାରୀ କ୍ୟାପଟେନ୍ ଗୁରୁବାରୀ ସାହୁଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏନ୍.ସି.ସି କ୍ୟାଡେଟ୍ମାନଙ୍କୁ ଦୁର୍ନିତି ନିବାରଣ ସଂପର୍କରେ ସଚେତନତା କରାଯାଇଥିଲା ।
ମୁଖ୍ୟଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଦୁର୍ନିତି ମୁକ୍ତ ଭାରତ ଗଠନ ଦିଗରେ ଏନ୍.ସି.ସି କ୍ୟାଡେଟମାନେ ଆଗେଇ ଆସିବା ଦରକାର ବୋଲି ଉଲ୍ଲେଖ କରିଥିଲେ । ଶେଷରେ ଦୁର୍ନିତି ଦେଶରୁ ଓ ରାଜ୍ୟରୁ ହଟେଇବା ପାଇଁ କ୍ୟାଡେଟ୍ମାନେ ଶପଥ ନେଇଥିଲେ । 
No Result
View All Result