No Result
View All Result
୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରବିବାର ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ବାସଭବନରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ର ଚଳିତ ବର୍ଷ ବିନ୍ଦୁସାଗର ଠାରେ ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ ପାଇଁ ସମାଜରେ ବିଭିନ୍ନ ସଫଳ ବ୍ୟକ୍ତିତ୍ଵ ଙ୍କୁ ପ୍ରତିବର୍ଷ ଭଳି ସମ୍ମାନିତ କରାଯିବା ପାଇଁ ଶ୍ରୀ ପଣ୍ଡାଙ୍କ ସଭାପତିତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆସନ୍ତା ୧୫ ତାରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ବିନ୍ଦୁ ସାଗର ଉତରେଶ୍ୱର ଘାଟ ରେ ଭୋର୍ ୪ ଘଟିକାରୁ ଆରାଧନା ଭଜନ ସନ୍ଧ୍ୟା ର କଳାକାରଙ୍କ ଦ୍ଵାରା ଭଜନ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ପରେ ଅତିଥି ମାନାନଙ୍କ ଦ୍ଵାରା ସୁସଜ୍ଜିତ ବୋଇତ କୁ ସାଧବ ସାଧବାଣୀ ମନେ ପୂଜାର୍ଚାନ କରି ବନ୍ଦାଣ କରାଯିବ। ବୈଠକରେ ଉପସଭାପତି ସମରେନ୍ଦ୍ର ସାହୁ,ଡ ସୁରେଶ ବାରିକ,ଜିତେନ୍ଦ୍ର ନନ୍ଦ,ଦାଶରଥି ଗରାବଡୁ,କର୍ପୋରେଟର ଶିବ ପ୍ରସାଦ ବେହେରା,ନୃପେଶ ନାୟକ,ଶିବ ନାରାୟଣ ରାୟ, ପୂର୍ନେନ୍ଦୁ ପୂଜାପଣ୍ଡା, ଶିବପ୍ରସାଦ ମହାପାତ୍ର,ମନୋଜ କୁମାର ବେହେରା ,ସୁଜିତ୍ ସ୍ଵାମୀ, ବୁବୁନା ପଟ୍ଟନାୟକ, ଦିଲ୍ଲୀପ ମାଝୀ,ଅଶୋକ ଦାସ, ଦିବ୍ୟରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result