No Result
View All Result
୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ଟାଙ୍ଗି ଥାନା ଅଧୀନସ୍ଥ ୧୬ନମ୍ବର ଜାତୀୟ ରାଜପଥ ଦିକ୍ଷୀତପଡା ନିକଟରେ ଦୁର୍ଘଟଣା।ଆଜି ଭୋର ୫ଟା ସମୟରେ ହୋଇଛି ଦୁର୍ଘଟଣା।ଦୁର୍ଘଟଣା ରେ ଜଣେ ମୃତ ୫ଗୁରୁତର । ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ । ଟାଙ୍ଗୀ ପୋଲିସର ତଦନ୍ତ ଆରମ୍ଭ । ସୂଚନାରୁ ଜଣାପଡିଛି କାର୍ତିକରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲା ଗ୍ରାମର 8ଜଣ ହବିଷ୍ୟାଳି ଏକ ଅଟୋରେ ପୁରୀ ଜଗା ଦର୍ଶନ କରିବାକୁ ଯାଉଥିଲେ,
କରିଥାନ୍ତେ ଜଗା ଦର୍ଶନ ହେଲେ ଜାତୀୟ ରାଜପଥ ଇକ୍ଷିତପଡା ଠାରେ ଏକ ଟ୍ରକ ଅଟୋକୁ ସାଇଟ ମାରିବାରୁ ଅଟୋ ଟି ଓଲଟି ପଡିଥିଲା । ଅଟୋରେ ଥିବା ଜଣେ ହବିଶ୍ୟାଳୀ ମହିଳା ମୃତ । ଅଟୋ ରିକ୍ସା ଚାଳକ ସହ ୪ ଜଣ ହବିଶ୍ୟାଳୀ ଗୁରୁତର ହୋଇଛନ୍ତି ।
ମୃତ ହବିଶ୍ୟାଳୀ ଙ୍କର ନାମ ହେଲା ସୁଷମା ସାମନ୍ତରାୟ 60 ବର୍ଷ ଗୁରୁତର ଅଟୋ ଚାଳକ ହେଲେ ମିଟୁ ସେନ 30 ବର୍ଷ ଅନ୍ୟ ଗୁରୁତର ମାନେ ହେଲେ ଶଶୀ ଗୁମାନ ସିଂ 72 ଆସାମଣୀ ସାମନ୍ତରାୟ 65 ସଜନୀ ସାମନ୍ତରାୟ 68 ବର୍ଷ ବୋଲି ଜଣା ପଡିଛି । ଗୁରୁତର ମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
No Result
View All Result