No Result
View All Result
୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଉପଖଣ୍ଡ ସେଲୁନ୍ ପାର୍ଲର ସଂଘର ବରିଷ୍ଠ ସଭ୍ୟ ସନ୍ତୋଷ କୁମାର ବାରିକଙ୍କର ଦୁର୍ଘଟଣାରେ ପରଲୋକ ଘଟିଛି । ସେ ବାଙ୍କୀ ଟାଉନରୁ ସେଲୁନ୍ ବନ୍ଦ କରି ନିଜ ଘର ଭେଡା ରାମଚନ୍ଦ୍ରପୁର ଯାଉଥିବା ବେଳେ କଳାପଥର -ବୈଦ୍ୟେଶ୍ୱର ଆଡୁ ଆସୁଥିବା ଗୋଟେ ଅଜଣା ଗାଡି ଧକ୍କା ଦେଇ ପଳାଇଗଲା । ଶ୍ରୀ ବାରିକ ମୋଟର ସାଇକେଲରୁ ପଡିଯାଇ ଗୁରୁତର ଆହତ ହୋଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହୋଇପହିବାରୁ କଟକ ବଡମେଡିକାଲ୍କୁ ଓ ପରେ ଭୁବନେଶ୍ୱରସ୍ଥ କିମ୍ସ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ପରଲୋକ ଘଟିଥିଲା ।
ତାଙ୍କର ପରଲୋକରେ ପାର୍ଲର ସଂଘ ପକ୍ଷରୁ ଏକ ଶୋକ ସଭା ଆଜି ସଂଘ ସଭାପତି ସଂଘ ସଭାପତି ଶ୍ରୀନିବାସ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଆକୁଳ ବାରିକ , ସଭ୍ୟ ରବିବାରିକ, ହେମନ୍ତ କୁମାର ବାରିକ, କଣ୍ଡୁରୀ ବାରିକ ସମେତ ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ତାଙ୍କର ଅମରଆତ୍ମାର ସଦଗତି ନିମନ୍ତେ ଶୋକ ପ୍ରକାଶ କରିଥିଲେ । ଏହି ଅବସରରେ ଆଜି ସମସ୍ତ ପାର୍ଲର ସେଲୁନ୍ ସଂଘ ବନ୍ଦ ହୋଇଥିଲା ।
No Result
View All Result