No Result
View All Result
୧ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ସମ୍ପର୍କୀୟ ପୁତୁରା ବିଧବା ଖୁଡିର ସୁନା ଗହଣା ଲୁଟି ନେବା ଭଳି ଏକ ବିଶ୍ୱାସ ଘାତକତା କାର୍ଯ୍ୟ କରି ପୋଲିସ ହାତରେ ଦୁଇ ମହିଳା ବନ୍ଧା ହୋଇଛନ୍ତି । ଘଟଣାଟି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ଅଞ୍ଚଳରେ ଦେଖିବାକୁ ମିଳିଛି l ବିଧବା ବୃଦ୍ଧା ଇସ୍ତରା ଶୋଭା ସୁନ୍ଦର ନିଜ ସମ୍ପର୍କୀୟ ପୁତୁରା ଘରକୁ ଭଲ ମନ୍ଦ ବୁଝିବା ସହ ତାଙ୍କୁ ଭେଟିବା ପାଇଁ ଆସିଥିଲେ । ହେଲେ ସେହି ସମ୍ପର୍କୀୟ ମାନେ ବୃଦ୍ଧା ପିନ୍ଧିଥିବା ସୁନା ଗହଣା ଉପରେ ଲୋଭ ରଖିଥିଲେ ।
ପ୍ରାୟ ୨ ଶହ ୪୦ ଗ୍ରାମ ସୁନା ଗହଣାକୁ ଚୋରି କରିନେଲେ । ହେଲେ ପୋଲିସ ତଦନ୍ତ ବେଳେ ଜଣେ ଫେରାର ହୋଇ ଯାଇଥିବା ବେଳେ ୨ ଜଣ ମହିଳାଙ୍କୁ କେଶ ନଂ. ୨୦୧/୨୪ ପ୍ରକାରେ ଗିରଫ କରାଯାଇ ଥିବା ବିଷୟ ଆଇଆଇଆସି ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଗିରଫ ୨ ଜଣ ହେଲେ ଅମିତା ନାୟକ ଏବଂ ମେନକା ସିଂ । ଏଥିରେ ସମ୍ପୃକ୍ତ ସୁନୀଲ କୁମାର ସିଂ ଫେରାର ହୋଇଥିବାରୁ ତାଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ଚୋରି ଯାଇଥିବା ସମସ୍ତ ୨ ଶହ ୪୦ ଗ୍ରାମ ସୁନାକୁ ପୋଲିସ ଜବତ କରିଛି ।
ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି, ଅଭିଯୋଗ କାରୀଙ୍କ ଅଭିଯୋଗ ଅନୁଯାୟୀ, ସେ ନିଜ ଗାଁ କାଟିଙ୍ଗିଆ ଅଞ୍ଚଳରୁ ପୁତୁରା ଓ ପୁତୁରା ବୋହୂଙ୍କୁ ଦେଖିବା ପାଇଁ ୨୮ ତାରିଖରେ ଦାରିଙ୍ଗବାଡ଼ି ଚାଲି ଆସିଥିଲେ । ତାଙ୍କ ଘରେ ରାତିରେ ରହିଥିଲେ । ସମସ୍ତେ ଖାଇ ପିଇ ଶୋଇ ପଡ଼ିଥିଲେ ମଧ୍ୟ ଅତିଥି ଭାବେ ଆସିଥିବା ବୃଦ୍ଧାଙ୍କ ସୁନା ଗହଣା ଉପରେ ନଜର ରଖିଥିବା ପୁତୁରା ଓ ପୁତୁରା ବୋହୂ ବୃଦ୍ଧା ଶୋଇ ପଡ଼ିବା ପରେ ଚୋରି କରି ନେଇଥିଲେ । ବୃଦ୍ଧା ଜଣକ ସକାଳୁ ନିଜେ ପିନ୍ଧିଥିବା ସୁନା ଗହଣା ନ ଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ପରେ ଘଟଣା ସମ୍ପର୍କରେ ଅଭିଯୁକ୍ତ ମାନେ ମାନି ଯାଇଥିଲେ ବୋଲି ପୋଲିସ ପ୍ରକାଶ କରିଛି ।
No Result
View All Result