No Result
View All Result
୩୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ଯମୁନା ବାରାହା ଶିକାର କରିଛି । ସଫ୍ଟ ଏନକ୍ଲୋଜର ମଧ୍ୟରେ ବୁଧବାର ରାତିରେ ଏକ ବାରାହା ଛଡା ଯାଇଥିବା ବେଳେ ସେ ତାହାକୁ ଶିକାର କରିଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନିଙ୍କ ଠାରୁ ସୂଚନା ମିଳିଛି ।
ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତା ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରି ୨ବର୍ଷ ୭ମାସ ବୟସର ଯମୁନା ଶିମିଳିପାଳରେ ପହଁଚିଥିଲା । ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ କବାଟଘାଇ ଠାରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ଗତ ସୋମବାର ସକାଳେ ଛଡା ଯାଇଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଏକ ଟିମ ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ଶିକାର କରିବା ପାଇଁ ପ୍ରଥମ କରି ବାରାହା ପ୍ରଦାନ କରାଯାଇଛି ।
ଶିମିଳିପାଳର ଜଳବାୟୁ ଓ ପରିବେଶ ସହିତ ଖାପ ଖୁଆଇ ବାଘୁଣୀ ରହିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଯମୁନା ଶିକାର କରିଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛି । ଏନକ୍ଲୋଜର ମଧ୍ୟରେ ସୁନ୍ଦର ଭାବେ ଚଳପ୍ରଚଳ କରୁଛି । ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏକ ଟିମ ଯମୁନାର ଗତିବିଧି ନିରୀକ୍ଷଣ କରୁଛନ୍ତି। ପ୍ରାୟ ସପ୍ତାହରୁ ୨ସପ୍ତାହ ପରେ ପିସିସିଏଫଙ୍କ ନିର୍ଦ୍ଦେଶକ୍ରମେ ଟ୍ରାପ ଚିପ ଲଗାଯାଇ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଛଡ଼ାଯିବ ବୋଲି ସୂଚନା ମିଳିଛି । ତେବେ ଦୀପାବଳି ପରେ ଅନ୍ୟ ଏକ ବାଘୁଣୀ ଆସିବାକୁ ଥିବା ବେଳେ ଯମୁନାଘାଟି କୋର ଅଞ୍ଚଳର ସଫ୍ଟ ଏନକ୍ଲୋଜରରେ ରହିବ ବୋଲି ସୂଚନା ମିଳିଛି ।
No Result
View All Result