No Result
View All Result
୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଣ୍ଟାପଡ଼ା :-> “ଆହେ ଦୟାମୟ ବିଶ୍ଵ ବିହାରୀ ” ପ୍ରାର୍ଥନାର ରଚୟତା ପୁଣ୍ୟାତ୍ମା ରାମକୃଷ୍ଣ ନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଟକ ଜିଲ୍ଲା, କଣ୍ଟାପଡ଼ା ଅନ୍ତର୍ଗତ ଓଲଟପୁରସ୍ଥିତ ନିଜ ଜନ୍ମ ସ୍ଥାନ ବାଇରୋଇ ଠାରେ ଉନ୍ମଚିତ ହୋଇଯାଇଛି । ଇଂ ପ୍ରଭାତ କୁମାର ନନ୍ଦଙ୍କ ପୁଷ୍ଠ ପୋଷକତାରେ ଏବଂ ବରିଷ୍ଠ ସାମ୍ୱାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତୂରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ବିଭୁପ୍ରସାଦ ତରାଇ, ସ୍ଥାନୀୟ ବିଧାୟକ ଛବି ମଲ୍ଲିକ ଉପସ୍ଥିତ ରହି ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଥିଲେ ।
ଏହି ଉତ୍ସଵରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରାସାଦ ଦାଶ ଓ “ସଂସାର” ପତ୍ରିକାର ସମ୍ପାଦିକା ଅନସ୍ୱୟା ନନ୍ଦ ପ୍ରମୁଖ ଯୋଗ ଦେଇ ପୁଣ୍ୟାତ୍ମା ରାମକୃଷ୍ଣ ନନ୍ଦଙ୍କର ବହୁମୁଖୀ ପ୍ରତିଭାର ସ୍ମୃଚାରଣ କରିଥିଲେ ।ଆୟୋଜିତ ଉତ୍ସବରେ ଏସଭି ନିର୍ତାରର ପୁର୍ବତନ ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରାସାଦ ଦାଶଙ୍କୁ ରାମକୃଷ୍ଣ ସେବା ସମ୍ମାନ ୨୦୨୪ , ପ୍ରଦାନ କରାଯାଇଥିଲା । ଲେଖକ କାର୍ତ୍ତିକ ଚନ୍ଦ୍ର ଷଡଙ୍ଗୀଙ୍କ ଦ୍ୱାରା ରଚିତ ଗୀତିତି କବିତା “ରୂପା ଝରା ଜହ୍ନ ରାତି “ଓ ସସ୍ମିତା ଭୋଳଙ୍କ ରଚିତ ଶିଶୁ କବିତା ପୁସ୍ତକ” ଫୁଲେ ଫୁଲେ ଉଡ଼େ ପରିଜା ପତି” ଉପସ୍ଥିତ ଥିବା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।
ଏହି ଉତ୍ସବରେ ରାଜକିଶୋର ପାଢ଼ୀଙ୍କୁ ସଂସାରର ଆଜୀବନ ଲେଖକ ସମ୍ମାନ ପ୍ରଦାନ କରାଯାଇଥିଲାବେଳେ ଏଥିରେ ଯୋଗ ଦେଇ କବିତା ଓ ଲେଖା ଆବୃତ୍ତି କରିଥିବା ବହୁ ଲେଖକ ଓ କବିମାନଙ୍କୁ ମଧ୍ଯ ସେମାନଙ୍କ ଲେଖା ଓ କବିତା ରଚନା ପାଇଁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଏହା ସହିତ ଶିଶୁ କିଶୋର ପତ୍ରିକା “ସଂସାରର”୬୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶେଷରେ ପରିଷଦର ସଂପାଦକ ପ୍ରକାଶ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଷଦର ସଭାପତି କାର୍ତ୍ତିକ ଚନ୍ଦ୍ର ଷଡଙ୍ଗୀ,ସହ ସଂପାଦକ ସଂଗ୍ରାମ କେଶରୀ ରାଉତରାୟ, ସୋନାଲି ମିଶ୍ର, ସନ୍ତୋଷ ରାଉତ, ଚିନ୍ମୟ ଦାସ,ପ୍ରିୟବ୍ରତ ରାଉତ ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ । 

No Result
View All Result