No Result
View All Result
୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଣ୍ଟାପଡ଼ା :-> କଟକ ଜିଲ୍ଲା, କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ସୁନ୍ଦର ଗ୍ରାମ ସ୍ଥିତ ଦଧିଚି ଶିଳ୍ପ ତାଲିମ କେନ୍ଦ୍ରରେ ଆଜି ସମାବର୍ତ୍ତନ ଉତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସରକାରୀ ପଲିଟେକନିକ୍ ଅଧ୍ୟକ୍ଷ ଡକ୍ଟର ରଜତ କୁମାର ପାଣିଗ୍ରାହୀ, ସମ୍ମାନୀୟ ଅତିଥି ଭାବେ ଉତ୍କଳ ଚାମ୍ବରସ୍ ଅଫ୍ କମର୍ସର ସମ୍ପାଦକ ଡକ୍ଟର ସଂଜୀଵ ମହାପାତ୍ର ଏଵଂ ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଚୁଟ ସିଇଓ ଶ୍ରୀଯୁକ୍ତ ରଞ୍ଜନ ଭୈ।ମିକ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।
ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତି ଆଜିର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ଚେୟାରମେନ ଡକ୍ଟର ମନୋଜ କୁମାର ଦାଶ ଓ ଟ୍ରଷ୍ଟି ଶ୍ରୀମତୀ ବବିତା ଦାଶ ଅତିଥିମାନଙ୍କୁ ସମ୍ମାନିତ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷାର ଗୁରୁତ୍ୱ ଏବଂ ଉତ୍ତମ ଚରିତ୍ର ଗଠନ ଉପରେ ଆଲୋକପାତ କରିଥିଲେ ।
ଅନୁଷ୍ଠାନର ସମସ୍ତ ନିର୍ଦେଶକମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଭବିଷ୍ୟତ ଗଠନ , ସମୟାନୁବର୍ତ୍ତିତା ଏଵଂ କର୍ତ୍ତବ୍ୟ ନିଷ୍ଠ ହେବାପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଅନୁଷ୍ଠାନର ପ୍ରଶିକ୍ଷଣ ଏଵଂ ନିଯୁକ୍ତି ଅଧିକାରୀ ଶ୍ରୀଯୁକ୍ତ ହରେକୃଷ୍ଣ ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ତାଙ୍କୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଅନୁଷ୍ଠାନର ପ୍ରଶିକ୍ଷକ ଶ୍ରୀ ବିକାଶ କୁମାର ରାଉତ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

No Result
View All Result