No Result
View All Result
୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ଜନତା ମୈଦାନ ପଛ ପାର୍ଶ୍ୱରେ ଥିବା ଚେତନା ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନର ପରିଚାଳନା କମିଟି ସଦସ୍ୟ ଡ଼ଃ ବିନୟ ଭୂଷଣ ମହାପାତ୍ରଙ୍କ ଅଧକ୍ଷତାରେ ଏକ ପ୍ରେସ ମିଟ୍ ହୋଇଯାଇଛି | ଚ଼ନ୍ଦକା ନିକଟସ୍ଥ ମାର୍ଗଦର୍ଶୀ ଅଧିନସ୍ଥ “ସ୍କୁଲ ଫର ଅଟିଜିମ୍” ବିଦ୍ୟାଳୟ ଚ଼ାଲି ଆସୁଥିଲା ବର୍ତ୍ତମାନ ସେହି ବିଦ୍ୟାଳୟ ଟି ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶ କ୍ରମେ ଜୁଏଲସ୍ ଇଣ୍ଟରନ୍ୟାସନାଲ ଅଧିନକୁ ସ୍ଥାନାନ୍ତରଣ କରାଯାଇ
ନୂତନ ନାମ “ଜୁଏଲସ୍ ସ୍କୁଲ ଫର ଅଟିଷ୍ଟିକ ଚ଼ିର୍ଲ୍ଡେନ” ରଖାଯାଇଛି ବୋଲି ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ଗୈାଡ଼ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି।ବର୍ତ୍ତମାନ ଏହି ବିଦ୍ୟାଳୟରେ ନାମଲେଖା ଚ଼ାଲୁଅଛି ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସ୍ପେସିଆଲ ଏଜୁକେସନ,ଆଇପି, ସେନସୋରି ଇଣ୍ଟିଗ୍ରେସନ,ଅକୁପେସନାଲ ଥେରାପି,
ସ୍ପିଚ଼୍ ଥେରାପି, ଫିଜିଓ ଥେରାପି, ଆର୍ଟ ଥେରାପି, ମ୍ୟୁଜିକ ଥେରାପି,ଖେଳ ମାଧ୍ୟମରେ ଶିକ୍ଷାଦାନ,ବ୍ୟବହାରିକ ପରିବର୍ତ୍ତନ, ସାମାଜିକ ଦକ୍ଷତା ଶିକ୍ଷା ଯୋଗାଇଦିଆଯିବ ସହ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ସାର୍ବଙ୍ଗୀନ ଉର୍ନତି ପାଇଁ ପିତାମାତାଙ୍କୁ ମଧ୍ୟ ତାଲିମ ଦିଆଯିବାର ପ୍ରବନ୍ଧ ଅଛି | ତେଣୁ ଇଚ୍ଛୁକ ଅଭିଭାବକ ମାନେ ନିଜର ଛାତ୍ରଛାତ୍ରୀମାନଙ୍କୁ ଏହି ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଡ଼ଃ ମହାପାତ୍ର ଓ ଶ୍ରୀ ଗୈାଡ଼ ନିବେଦନ କରିଛନ୍ତି।
No Result
View All Result