No Result
View All Result
୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଦଶପଲ୍ଲା ସିଭିଲ ଜଜ୍ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପୃଷ୍ଟି ସୋମବାର ମଧ୍ୟାହ୍ନ ସମୟରେ ନିଜ କାର ଯୋଗେ ନୟାଗଡରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ ରେଳ ଓଭରବ୍ରିଜ ନିକଟ ମିନିବ୍ୟଙ୍କ ସମ୍ମୁଖରେ ତାଙ୍କୁ ଅଟକାଇ ଦୁଇଜଣ ଯୁବକ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିବା ସହ ତାଙ୍କଠାରୁ ଏକ ସୁନଚେନ୍ ଓ ଲକେଟ୍ ଛଡାଇ ନେଇଥିବା ବୋଲଗଡ଼ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ଜଜ ପୃଷ୍ଟିଙ୍କ କାର ସମ୍ମୁଖରେ ଦୁଇଟି ବାଇକରେ ଦୁଇଜଣ ଯୁବକ ସମାନ୍ତରାଳ ଭାବେ ମଝି ରାସ୍ତାରେ ଯାଉଥିଲେ।ବାରମ୍ବାର କାର ହର୍ଣ୍ଣ ବଜାଇଲେ ମଧ୍ୟ ସେମାନେ ରାସ୍ତା ନଛାଡିବା କାରଣ ରୁ ଜଜ ସେମାନଙ୍କ ପାର୍ଶ୍ଵରେ ରାସ୍ତା ଅତିକ୍ରମ କରିଥିଲେ।ତେବେ ଯୁବକ ଦୁଇଜଣ ପୁନର୍ବାର କାରଟିକୁ ଅତିକ୍ରମ କରି ସମ୍ମୁଖରୁ ଜଗି ଗାଳି ଗୁଲଜ କରୁଥିଲେ । ଏହାକୁ ବିରୋଧ କରିବାରୁ ଜଜ୍ ଙ୍କୁ ଆକ୍ରମଣ କରିବା ସହ ତାଙ୍କ ବେକରୁ ଏକ ସୁନା ଚେନ ଓ ଲକେଟ ଭିଡ଼ି ନେଇଥିଲେ ।
ପରେ ଖବର ପାଇ ବୋଲଗଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ ଫେରାର ହୋଇଥିବା ଯୁବକ ଦ୍ୱୟଙ୍କୁ ଅନୁସନ୍ଧାନ କରି ଗିରଫ କରିଥିଲେ । ଉଭୟ ଯୁବକ ବୋଲଗଡ଼ ଗ୍ରାମର ଅଜୟ କୁମାର ରଥ (୨୬) ଓ ସିଦ୍ଧାର୍ଥ ବେହେରା (୨୩)। ଏ ସଂକ୍ରାନ୍ତରେ ବୋଲଗଡ ଥାନା କେସ ନମ୍ବର 262/24ରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ କରି ଖୋର୍ଦ୍ଧା କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରି ଅଧିକାରିଣୀ ଏସଆଇ ଲିଲି ପାଢ଼ୀ ସୂଚନା ଦେଇଛନ୍ତି l
No Result
View All Result