No Result
View All Result
୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଦୀପାବଳୀରେ ଟ୍ରେନରେ ଦହନଶୀଳ ଆତସବାଜି ଏବଂ ଅନ୍ୟାନ୍ୟ ଜ୍ୱଳନ୍ତ ଜିନିଷର ବେଆଇନ ପରିବହନ ଉପରେ କଡା ସଜାଗ ରହିବାକୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି।ଯାତ୍ରୀ ପରିବହନ କରୁଥିବା ଟ୍ରେନରେ ଆତସବାଜି ବା ଫଟକା,ଗ୍ୟାସ ସିଲିଣ୍ଡର,ଏସିଡ୍, ପେଟ୍ରୋଲ,କିରୋସିନ ଏବଂ ଦହନଶୀଳ ସାମଗ୍ରୀ ପରିବହନ କରିବା ରେଳବାଇ ଅଧିନିୟମ 1989 ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ।
ସରକାରୀ ରେଳବାଇ ପୋଲିସ (ଜିଆରପି) ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀଙ୍କ ସହ ସମନ୍ୱୟ ରକ୍ଷା କରି ରେଳବାଇ ଅଧିକାରୀଙ୍କ ଦ୍ଵାରା ପାର୍ସଲ୍ ଭ୍ୟାନ୍ ମାନଙ୍କରେ କିମ୍ବା ଲଗେଜ୍ ଲୋଡିଂ ସମୟରେ ବିସ୍ଫୋରକ ସାମଗ୍ରୀର କଡାକଡି ଯାଞ୍ଚ କରାଯାଉଛି । ଟ୍ରେନ୍ ଏବଂ ଷ୍ଟେସନରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ରର ଉପଲବ୍ଧତା ମଧ୍ୟ ସୁନିଶ୍ଚିତ କରାଯାଇଛି । ପାୱାର କାର,ପ୍ୟାଣ୍ଟ୍ରି କାର ଏବଂ କୋଚରେ ପ୍ରଦତ୍ତ ଧୂଆଁ ଏବଂ ଅଗ୍ନି ଚିହ୍ନଟ ଆଲାର୍ମ ସିଷ୍ଟମର କାର୍ଯ୍ୟ କାରିତା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ।
ଟ୍ରେନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ରର କାର୍ଯ୍ୟକାରୀ ବିଷୟରେ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ଖୋର୍ଦ୍ଧା ରୋଡ୍ ମଣ୍ଡଳ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଛି ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଏବଂ ବିସ୍ଫୋରକ ଜିନିଷ ସାଙ୍ଗରେ ପରିବହନ ନ’କରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ଟ୍ରେନରେ ବହନ ନ’କରିବାକୁ ପରାମର୍ଶ ଦିଆଯାଉଛି । ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଦହନଶୀଳ ପଦାର୍ଥ ବିଷୟରେ ଜଣାଇବାକୁ ହେଲେ, ହେଲ୍ପ ଲାଇନ୍ ନମ୍ବର ୧୩୯ କୁ ଫୋନ କଲ କରିପାରିବେ । ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ଟ୍ରେନ୍ ଯାତ୍ରା ସମୟରେ କୌଣସି ଦହନଶୀଳ କିମ୍ବା ବିସ୍ଫୋରକ ସାମଗ୍ରୀ ନ’ନେବାକୁ ନିବେଦନ କରାଯାଇଛି ।
No Result
View All Result