No Result
View All Result
୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଗତ ୧୯୯୯ ମସିହାରେ ଓଡ଼ିଶାରେ ଅନୁଭୂତ ହୋଇଥିଲା ପ୍ରଳୟଙ୍କାରୀ ମହାବାତ୍ୟା । ଏହାର ଭୟଙ୍କର ପ୍ରଭାବରେ ରାଜ୍ୟର ମାନବ ସମ୍ବଳ, ଆର୍ଥିକ ସ୍ଥିତି ଦୋହଲି ଯାଇ ଏକ ବଡ ବିପର୍ଯ୍ୟୟ ଆଡକୁ ଟାଣି ନେଇଥିଲା । ସେହି ସମୟର ବାତ୍ୟାର ବିଭୀଷିକା ଓ କରୁଣ ଦୃଶ୍ୟର ଛବି ମାନସ ପଟରେ ରୋମନ୍ଥନ ହେଲେ ଏବେ ବି ଏକ ଅଜଣା ଭୟର ଶିହରଣ ସୃଷ୍ଟି କରିଥାଏ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ବିଭିନ୍ନ ସମୟରେ ବନ୍ୟା , ବାତ୍ୟା ଭଳି ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ମହାବାତ୍ୟା ଅନୁଭୂତ ହେବାର ୨୫ ବର୍ଷ ଅତିବାହିତ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ସକାଶେ ଗୁରୁତ୍ବ ପ୍ରଦାନ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପକ୍ଷରୁ ମଙ୍ଗଳବାର ରାଳବ ପଞ୍ଚାୟତ ସଭା କକ୍ଷରେ ଏକ ବ୍ଲକ ସ୍ତରୀୟ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ପ୍ରସ୍ତୁତି ବୈଠକଅନୁଷ୍ଟିତ ହୋଇଥିଲା । ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନଙ୍କ ସଂଯୋଜନରେ ଆୟୋଜିତ ବୈଠକରେ ସରପଞ୍ଚ ରଶ୍ମିତା ପ୍ରଧାନ, ନାଏବ ସରପଞ୍ଚ ଶଙ୍କର ପୋଲେଇ, ମକରଝୋଳ ସରପଞ୍ଚ ଗଣପତି ସାହୁ, ଖରିଡା ସରପଞ୍ଚ ପ୍ରତିନିଧି, ଜିପିଡିଓ ମାନସ ରଞ୍ଜନ ପ୍ରଧାନ,
କନିଷ୍ଠ ଯନ୍ତ୍ରୀ ଡି. ଅଶୋକ ଓ ସ୍ଵେଚ୍ଛସେବୀ ସଂସ୍ଥା ଅରୁଣାର ସମ୍ପାଦକ ଅରୁଣ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚଶିନ ଥିଲେ । ଏହି ଅବସରରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବବର୍ତ୍ତି ଓ ପରବର୍ତ୍ତୀ ସମୟରେ କିଭଳି ମୁକାବିଲା କରାଯାଇ ଧନଜୀବନକୁ ସୁରକ୍ଷିତ ରଖାଯିବ ସେ ସଂପର୍କରେ ପ୍ରଶିକ୍ଷିତ ଟିମ୍ ଓ ଗୋଷ୍ଠୀଗତ ସଫଳ ପରିଚାଳନାର ସଚେତନତା ଆବଶ୍ୟକ ବୋଲି ମଞ୍ଚସିନ ଅତିଥି ମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର, ଏଡିଇଓ ଗଜେନ୍ଦ୍ର ଗୌଡ଼,ଗନ୍ତାୟତ ଦଳେଇ,କାଳୀ ଦଳାଇଙ୍କ ସମେତ ଏମବିକେ, ସିଆରପି ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।
No Result
View All Result