No Result
View All Result
୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦେଶୀ ମଦ ବେପାରୀଙ୍କ ଅମରାବତୀ ପାଲଟିଛି ଦଶପଲ୍ଲା ଅଂଚଳ । ମଦ ବେପାର କୁ ମୂଳପୋଛ କରିବା ଲକ୍ଷରେ ଅବକାରୀ ଥାନାଧିକାରୀ ଭବାନୀ ଶଂକର ବେହେରା । ଦଶପଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୩୭ ଲିଟର ଦେଶୀ ମଦ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ବ୍ୟକ୍ତିମାନେ ହେଲେ ଦଶପଲ୍ଲା ଥାନା ଅଧୀନସ୍ଥ ଖଳିସାହି ଗ୍ରାମର ହରିହର ନାଏକ (୭୦) ଓ ସାମନ୍ତସାହି ଗ୍ରାମର ପ୍ରଶାନ୍ତ କୁମାର ସିଂ (୩୦) l ହରିହରଠାରୁ ୨୫ ଲିଟର ମଦ ଜବତ କରାଯାଇଥିବା ବେଳେ ପ୍ରଶାନ୍ତଠାରୁ ୧୨ ଲିଟର ମଦ ଜବତ କରାଯାଇଛି । ପୂର୍ବାହ୍ନରେ ଅବକାରୀ ଥାନା ଅଧିକାରୀ ଭବାନୀ ଶଙ୍କର ବେହେରାଙ୍କ ନେତୃତ୍ବରେ ଏହି ଚଢ଼ଉ କରାଯାଇ ଉଭୟଙ୍କୁ ଗିରଫ କରାଯିବା ସହ କୋର୍ଟଚାଲାଣ କରାଯାଇଛି ।
No Result
View All Result