No Result
View All Result
୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଗତ ରାତିରେ ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା ଛକରେ ଥିବା ଅରୁଣ କୁମାର ଜେନାକଂ ରାସନ୍ ଦୋକାନ ରୁ ନଗଦ ଟଂକା ସହିତ ସିଗାରେଟ, ସାବୁନ, ଚକୋଲେଟ୍ ସମେତ ପ୍ରାୟ ୫୦ ହଜାର ଟଂକାରୁ ଅଧିକ ମୂଲ୍ୟର ସାମଗ୍ରୀ ଚୋରି ହୋଇଯାଇଛି ।
ପ୍ରାପ୍ତ ସୂଚନା ଅନୁସାରେ ରାତ୍ର ୮ ଘଟିକା ସମୟରେ ଅରୁଣ ଦୋକାନ ବନ୍ଦ କରି ଘରକୁ ଆସିଥିଲେ । ସକାଳୁ ଦୋକାନ ଖୋଲିବାକୁ ଯାଇ , ଦୋକାନର ତାଲା କାଟି , ଦୋକାନରୁ ଚୋରୀ ହୋଇଥିବା ଦେଖିଥିଲେ । ଏହାପରେ ଦୋକାନର ତଦାରଖ କଲାପରେ ଗତ କାଲିର ବିକ୍ରୀବଟା ହୋଇଥିବା ଟଂକା ,
କ୍ୟାସ୍ ଡ୍ର ରେ ଥିବା ଖୁଚୁରା ନୋଟ୍ ସମେତ ପ୍ରାୟ ୧୫ ହଜାର କଂକା ଓ ବହୁ ଚକୋଲେଟ୍, ଦାମୀ ସିଗାରେଟ୍ ସାବୁନ, ଲାମିନେସନ୍ ମେସିନ ଆଦି ଚୋରି ହୋଇଥିବା ଦେଖିଥିଲେ । ଚୋରି ସଂମ୍ପର୍କରେ ଦଶପଲ୍ଲା ଥାନାରେ ଜଣାଇବା ପରେ ଦଶପଲ୍ଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସରଜମିନ୍ ତଦନ୍ତ କରିଥିବା ଜଣାଯାଇଛି ।

No Result
View All Result