No Result
View All Result
୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଶ୍ରୀ ଶ୍ରୀ ସୋମନାଥ ବାଲୁଙ୍କେଶ୍ବର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟ ବ୍ରତ ମହାନ୍ତିଙ୍କ ଛତାବର ସ୍ଥିତ ବାଉରୀ ବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵ ଗ୍ରହଣ । ପ୍ରାପ୍ତ ସୂଚନା ଅନୁସାରେ ବାଉରୀ ବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୌଣସି କାରଣକୁ ନେଇ ଦୁଇ ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଲାଗିଥିଲା ।
ଫଳରେ ଘଟଣା ଜାଇ ପହଞ୍ଚିଥିଲା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଅଦାଲତ କଟକରେ । ଅଦାଲତ ଉକ୍ତ ମାମଲାର ତର୍ଜମା କରି ଅଭିଯୋଗକାରୀ ଓ ପ୍ରତି ଅଭିଯୋଗ କାରୀଙ୍କୁ ବାଦ୍ ଦେଇ ୬୬୨ କଲେଜ ଅନ୍ତର୍ଗତ କଲେଜ୍ ମଧ୍ୟରୁ ନିକଟସ୍ଥ କୌଣସି ଏକ କଲେଜର ଅଧକ୍ଷଙ୍କୁ ଅତିରିକ୍ତ ଦାୟିତ୍ବ ଦେବାପାଇଁ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ଆଦେଶ ଦେଇଥିଲେ ।
ନିର୍ଦ୍ଦେଶକ ଉକ୍ତ ଆଦେଶକୁ ଗ୍ରହଣ କରି ତାଙ୍କର ପତ୍ର ସଂଖ୍ୟା ୧୨୭୦୩/୨୩.୧୦.୨୦୨୪ରେ ଶ୍ରୀ ଶ୍ରୀ ସୋମନାଥ ବାଲୁଙ୍କେଶ୍ବର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ମହାନ୍ତିଙ୍କୁ ବାଉରୀ ବନ୍ଧୁ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ ସହ ଆର୍ଥିକ କ୍ଷମତା ମଧ୍ୟ ପ୍ରଦାନ କରିଛନ୍ତି । ଶ୍ରୀ ମହାନ୍ତି ଆଜୀ ବାଉରୀ ବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି । ଯାହାକୁ ନେଇ ଛାତ୍ର,ଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଖୁସି ପରିଲକ୍ଷିତ ହୋଇଛି ।
ଆଜିର ଏହି ଦାୟିତ୍ଵ ଗ୍ରହଣ ସମାରୋହରେ ବାଉରୀ ବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶ୍ରୀଯୁକ୍ତ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ,ଉପ ଢ଼ଉକନ ଦେଇ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବ ଶ୍ରୀ ଅଧ୍ୟାପକ ସୁଧୀର ପଟ୍ଟନାୟକ, ଶ୍ରୀହର୍ଷ ମହାପାତ୍ର, ସାରଙ୍ଗ ଧର ମହାପାତ୍ର,ଅଶୋକ ଓଝା,ହେମନ୍ତ ଶତପଥି, ରବୀନ୍ଦ୍ର ନାଥ ସ୍ୱାଇଁ, ସମୀର ଜେନା, ଅମ୍ବିକା ପ୍ରାସାଦ ମିଶ୍ର, ଡଃ ନନ୍ଦିନୀ ଜେନା, ସଦାନନ୍ଦ ମହାରଣା, ସଞ୍ଜୀବ ରାୟ, ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥଲେ ।
No Result
View All Result