No Result
View All Result
୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଏକ କୋଟି ଟଙ୍କାର ସୁନା ଓ ରୂପା ଗହଣା ଘଟଣାର ପର୍ଦାଫାଶ , ଦୁଇ ଅଭିଯୁକ୍ତ ଗିରିଫ । ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାର ଶ୍ରୀହରି ଜୁଏଲର୍ସରୁ ଗତ ସେପ୍ଟେମ୍ବର ମାସ ୨୫ ତାରିଖ ରାତିରେ ଦୁଇ ଅଜଣା ଲୁଟେରା ବାଇକରେ ଆସି ସୁନା ରୁପା ସହ ୭୦ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣାର ଏକ ମାସ ପରେ ପୁଲିସ ସଫଳତା ମିଳିଛି ।
ଚୋରି ଅଳଙ୍କାର ମଧ୍ୟରୁ ୩୦ କେଜି ରୂପା, ୪୦୦ ଗ୍ରାମ ସୁନା ଅଳଙ୍କର ସହ ୪୦ ହଜାର ଟଙ୍କା ଜବତ କରିଛି ପୁଲିସ । ଗିରଫ ଅଭିଯୁମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ଆସିକା ଓ ଅନ୍ୟ ଜଣେ ସୋନପୁର ଜିଲ୍ଲା । ଏହାର ପଛରେ ଏକ ବଡ ଚୋରି ରାକେଟ କାମ କରୁଛି ଏବଂ ଅତିଶିଘ୍ର ଘଟଣାରେ ସମ୍ପୂକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଗଜପତି ଏସପି ଜିତେନ୍ଦ୍ର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।
No Result
View All Result