No Result
View All Result
୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ଅନ୍ତର୍ଗତ ପୁରଣ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଡ଼ିଓ ବିଜୟ କୁମାର ବେହେରା, ଅତିରିକ୍ତ ତହସିଲଦାର ତନୁଶ୍ରୀ ବେହେରା,ଅତିରିକ୍ତ ବିଡ଼ିଓ ନିରୋଦ କୁମାର ସାମଲ, ଜିପିଇଓ ପାୟଲ ମହାପାତ୍ର, କନିଷ୍ଠ ଯନ୍ତ୍ରୀ କାଦମ୍ବିନୀ ପ୍ରଧାନ,
ପାନୀୟ ଜଳ ବିଭାଗର ସହକାରୀ ଯନ୍ତ୍ରୀ ସ୍ଵାଗତିକା ସ୍ୱାଇଁ, ଭିଏସଏସଓ ଜୋତ୍ରୀମୟୀ ସ୍ୱାଇଁ, ବିଶ୍ୱଜିତ ବିଶ୍ୱାଳ,ବିପିସି ମଧୁ ସ୍ମିତା ବିଶ୍ୱାଳ, ଭିଏଡବ୍ଲୁ ରାଜେନ୍ଦ୍ର ସ୍ୱାଇଁ, ମସ୍ଚ୍ୟ ବିଭାଗର ସୌଭାଗ୍ୟ ଦାଶ, ଯୋଗାଣ ବିଭାଗର ଶୈଳେନ୍ଦ୍ର ଶତପଥୀ, ପିଇଓ ସମ୍ବିତ ଶତ୍ରୁଜିତ ଦାଶ ଏବଂ ସରପଞ୍ଚ ଯୁଧିଷ୍ଠିର ବେହେରା ପ୍ରମୁଖ ଉପସ୍ଥିତ ଥିଲେ lଏଥିରେ ମୋଟ 436ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l
ସେଥିରୁ ଆବାସ ଗୃହ 382ଟି, ରାସ୍ତା 19ଟି, ନଳ କୂପ 10ଟି, ସିଆରସି 8ଟି, ଡ୍ରେନ 2ଟି, ପାଇଖାନା 8ଟି, ଯୋଗାଣ ବିଭାଗ ଜନିତ 3ଟି, ମସ୍ଚ୍ୟ ବିଭାଗର 2ଟି, ପୋଖରୀ ନିଲାମ ପାଇଁ 1ଟି, ଓ ଭାଗବତ ଟୁଙ୍ଗି ପାଇଁ 1ଟି ଅଭିଯୋଗ ଆସିଥିଲା l ଅଭିଯୋଗ ଗୁଡିକୁ ବିଡ଼ିଓ ଶ୍ରୀ ବେହେରା ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ପାଖକୁ ପଠାଇ ଦେଇଥିଲେ l ଏଥିରେ ସରପଞ୍ଚ ଶ୍ରୀ ବେହେରା ସହଯୋଗ କରିଥିଲେ l
No Result
View All Result