No Result
View All Result
୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଦ୍ଵାରା ଅକ୍ଟୋବର ୨୮ରୁ୩ ନଭେମ୍ବର ପର୍ଯ୍ୟନ୍ତ “ସତର୍କତା ସଚେତନତା ସପ୍ତାହ” ପାଳନ କରାଯାଉଛି। ଯାହାର ଉଦେଶ୍ୟ ହେଉଛି ଜାତିର ସମୃଦ୍ଧତା ପାଇଁ ଅଖଣ୍ଡତାର ସଂସ୍କୃତି ।
ଏହି ଅବସରରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା, ରେଲୱେ ଅଧିକାରୀ ଏବଂ କର୍ମଚାରୀଙ୍କୁ “ସଚ୍ଚୋଟତା”ର ଶପଥ ପାଠ କରାଇଥିଲେ।ସମସ୍ତ କାର୍ଯ୍ୟ ଏକ ସଚ୍ଚୋଟ ଏବଂ ସ୍ୱଚ୍ଛଢ଼ଙ୍ଗରେ କରି ଦୁର୍ନୀତିକୁ ଦୂର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଏକ ଦୁର୍ନୀତି ମୁକ୍ତ ସମାଜ ପାଇଁ ନିଜକୁ ସମର୍ପିତ କରିବା ଲକ୍ଷ୍ୟରେ ସମସ୍ତ ରେଳ ଷ୍ଟେସନରେ କର୍ମଚାରୀମାନେ ସଚ୍ଚୋଟତାର ଶପଥ ପାଠ କରିଥିଲେ । ସପ୍ତାହବ୍ୟାପୀ ପର୍ଯ୍ୟବେକ୍ଷଣ ସମୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଥିବା ସମସ୍ତ ରେଳ ପ୍ରତିଷ୍ଠାନ ଗୁଡ଼ିକରେ ବ୍ୟାନର,ପୋଷ୍ଟର, ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । କର୍ମଚାରୀ, ରେଳ ବ୍ୟବହାରକାରୀ ଏବଂ ହିତାଧିକାରୀଙ୍କୁ ସମ୍ବେଦନଶୀଳ କରିବା ପାଇଁ ସେମିନାର ଏବଂ ପଥପ୍ରାନ୍ତ ନାଟକ କରାଯିବ ।
No Result
View All Result