ଓଡିଶା ତାଜା ନ୍ୟୁଜ୍ ( ୧୯ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ବୁଧବାର ମଧ୍ୟାହ୍ନରେ ଓଡ଼ିଶା ମଦ୍ରାସା ବୋର୍ଡ ଅଧୀନରେ ପରୀକ୍ଷା ଦେଇଥିବା ମୌଲବୀ (ମାଟ୍ରିକ୍), ମାହିର (ଯୁକ୍ତ-୨), ଅଲିମ୍ (ଯୁକ୍ତ-୩), ଫାଜିଲ୍ (ପି.ଜି) ସ୍ତରୀୟ ପରୀକ୍ଷା ଫଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଚଳିତ ବର୍ଷ ରାଜ୍ୟରେ ମୋଟ ୧୩୦୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୫୫ ଜଣ ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାର ପାସ ହାର ଶତକଡ଼ା ୮୦.୭୮ ହୋଇଛି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସ୍ନେହମୟୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।