୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଆମନାକୁଦର, କୁଦପାଟଣାଗ୍ରାମସ୍ଥିତ ପ୍ରସିଦ୍ଧ ଗ୍ରହରାଜ ସନିଦେବଙ୍କ ମନ୍ଦିରରୁ ଗତ ଶନିବାର ଦିନ କୌଣସି ଦୁର୍ବୃତ୍ତ ଶନି ଦେବଙ୍କର ରୂପା ମୁକୁଟ ଏବଂ ସୁନା ଆଖିକୁ ତାଡି ନେଇଯାଇଥିବା ଘଟଣା, ସେଥି ନେଇ ଶନିଦେବଙ୍କ ଭକ୍ତମାନଙ୍କୁ ଘୋର ଦୁଃଖ ଦେବା ସହ ପୂଜା ନୀତିରେ ବାଧା ସୃଷ୍ଟି ହୋଇଥିଲା ।

ଏପରି ପରିସ୍ଥିତିରେ ଶନି ଦେବଙ୍କର କିପରି ନୀତିକାନ୍ତି ହେବ ବୋଲି ଭାବି ସନିଭକ୍ତମାନେ ମର୍ମାହତ ହୋଇ ପଡ଼ିଥିଲେ । କେତେକ ଭକ୍ତ ସନିଦେବଙ୍କ ପାଇଁ ରୂପାର ମୁକୁଟ ଏବଂ ସୁନା ଆଖି ଦାନ କରିବା ପରେ ,ସନିଦେବଙ୍କ ସେବକ ଓ ଭକ୍ତମାନଙ୍କ ପକ୍ଷରୁ ପଣ୍ଡିତମାନଙ୍କ ଦ୍ୱାରା ଶନିଦେବଙ୍କୁ ବିଧି ଅନୁଯାୟୀ ମାଘସ୍ନାନ, ବେଦପାଠ ଯଜ୍ଞ, ସହିତ ପୂଜାନୀତି କରାଯାଇ ପୁର୍ନବାର ସୁନାରଆଖି ସ୍ଥାପନ କରାଯିବା ସହ ରୂପାର ମୁକୁଟ ପିନ୍ଧା ଯାଇଥିଲା ।

ମାଘସ୍ନାନ ପରେ ଏବେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ଗ୍ରହ ରାଜ ଶନିଦେବ । ନୂତନ ଭାବେ ଶନି ଦେବଙ୍କ ଆଖି ସ୍ଥାପନ ସହ ମୁକୁଟ ଲାଗିବାରୁ ଶନି ଦେବଙ୍କ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଗତ ଶନିବାର ଦିନ କୁଦପାଟଣାଗ୍ରାମସ୍ଥିତ ଶନିଦେବଙ୍କ ମନ୍ଦିରରୁ ଚୋରୀ ହୋଇଥିବା ରୂପା ମୁକୁଟ ଏବଂ ସୁନା ଆଖିକୁ ପୋଲିସ ଉଦ୍ଧାର କରିବା ସହ ଚୋରମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଅଛି ।