ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକର ଡଭାଭ ସି :ଏଚ : ସି ଅଧିନରେ କାର୍ଯ୍ୟରତ ୭୨ ଜଣ ଆଶା କର୍ମୀଙ୍କ ୫ ମାସର ଇନଟେନସିଭ ଟଙ୍କା ପାଖାପାଖି ୧୦ ଲକ୍ଷ ଟଙ୍କା ହଡପ ହୋଇ ଯାଇଛି । ୨୦୧୯ ବର୍ଷ ଏପ୍ରିଲ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଆଶା କର୍ମୀ ମାନଙ୍କ ଡଭା ସିଏଚସି କୁ ଇନଟେନସିଭ ବାବଦକୁ ଆସିଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଆଶା କର୍ମୀ ମାନଙ୍କ ଏକାଉଣ୍ଟରେ ଜମା ନ କରି ଡଭା ସିଏଚସି ର ଜନୈକ ଏକାଉଣ୍ଟେନ ଶ୍ରୀ ଅଭୟ ସିଦ୍ଧାର ହଡପ କରି ଦେଇଥିବାର ଗୁରୁତ୍ୱ ର ଅଭିଯୋଗ ଆସିଛି । କାର୍ଯ୍ୟରତ ୭୨ ଜଣ ଆଶା କର୍ମୀ ଏ ସଂପର୍କରେ ଡଭା ସିଏଚସି ର ଅଧିକାରୀ ଓ ବରଗଡ଼ ସିଡିଏମଓ ଙ୍କୁ ବାରମ୍ବାର ଜଣାଉ ଥିଲେ ମଧ୍ୟ ଏ ଦିଗରେ ଅଧିକାରୀ ମାନେ କୌଣସି ପଦକ୍ଷେପ ନ ନେଇ ନିରବ
ରହୁଛନ୍ତି କେବଳ ଟଙ୍କା ପାଇବ ବୋଲି ପ୍ରତିଶୃତି ଦେଉଛନ୍ତି । ଇତି ମଧ୍ୟରେ ଏକାଉଣ୍ଟେନ ଶ୍ରୀ ସିଦ୍ଧାର ବଦଳି ହୋଇ ତାଳପାଲି ସିଏଚସି ରେ କାର୍ଯ୍ୟରତ । ଡବା ସିଏଚସି ଇନଚାର୍ଜ ଡା ମଧୁମିତା ମେହେରଙ୍କୁ ପଚାରିବାରୁ ଆଶା କର୍ମୀଙ୍କ ଟଙ୍କା ହଡପ ହୋଇଥିବା ସ୍ପିକାର କରିବା ସହ ବରଗଡ଼ ସିଡିଏମ ଙ୍କୁ ଜଣାଇଥିବା କହିଛନ୍ତି । ଟୁହୁଙ୍ଗିଦାଦର ଗ୍ରାମର ଆଶା କର୍ମୀ ଶ୍ରୀ ମତୀ ସୁଷମା ବାରିକ ନୁଆଁଖାଇ ପୂର୍ବରୁ ଆଶା କର୍ମୀ ଙ୍କୁ ଟଙ୍କା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଠାରେ ଅନୁରୋଧ କରିଛନ୍ତି । ଆଶା କର୍ମୀ ମାନଙ୍କ ଦରମା ନଥିବା ବେଳେ କେବଳ ଏହି ପ୍ରହୋତ୍ସାନ ରାଶି ଉପରେ ନିର୍ଭର କରି ଚଳିଥାନ୍ତି । (ରିପୋର୍ଟ -ସତ୍ୟ ନାରାୟଣ ପ୍ରଧାନ)