No Result
View All Result
୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଗ୍ରାମସ୍ଥିତ ରାମ ମନ୍ଦିର ଦର୍ଶନ ସାରି ଗତ ୨୦ ତାରିଖ ସନ୍ଧ୍ୟାରେ ଘରକୁ ଫେରୁଥିବା ପ୍ରେମୀ ଯୁଗଳଙ୍କୁ ଛୁରୀ ଦେଖାଇ ପିଠାଖାଇ ଜଙ୍ଗଲ ଭିତରେ ପ୍ରେମିକ ହାତ ବାନ୍ଧି ପ୍ରେମିକକୁ ଗଣ ଦୁଷ୍କର୍ମ ଘଟଣାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଶନିବାର ଅପରାହ୍ନରେ ଥାନା ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ କରିଥିଲେ ।
ଆରକ୍ଷୀ ଅଧିକ୍ଷକଙ୍କ ସୁଚନା ମୁତାବକ ଫତେଗଡ ଥାନା ବଡସହରା ପଞ୍ଚାଯତ ଅଞ୍ଚଳର ଜଣେ ଯୁବତୀ ବଡମ୍ବା ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହିତ ରାମ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ପିଠାଖାଇ ଗ୍ରାମର ଜୟକୃଷ୍ଣ ଲେଙ୍କାଙ୍କ ପୁଅ ବୁଲୁ ଲେଙ୍କା (୨୯), ଭାପୁର ଗ୍ରାମର ଛବି ପ୍ରଧାନ ଙ୍କ ପୁଅ ଗୌତ୍ତମ ପ୍ରଧାନ/କାହ୍ନା (୨୨) ଓ ଧନେଶ୍ଵର ପାତ୍ରଙ୍କ ପୁଅ ସିତୁ ପାତ୍ର/ପ୍ରିୟାଂଶୁ ଶେଖର ମାର୍ଥା (୨୩) ମିଶି ଫେରିବା ବାଟରେ ଛୁରୀ ଦେଖାଇ ନିକଟସ୍ଥ ପିଠାଖାଇ ସତ୍ନକ୍ଷିତ ଜଙ୍ଗଲ ଭିତରକୁ ନେଇ ଯାଇଥିଲା ।
ସେଠାରେ ପୁରୁଷ ବନ୍ଧୁଙ୍କ ହାତ ବାନ୍ଧି ଦେଇ ଯୁବତୀ ଜଣକୁ ଉଲଗ୍ନ କରିବା ସହ ଫଟୋ ଉତୋଳନ କରି ଗଣ ଦୁଷ୍କର୍ମ କରିଥିଲେ। ଏଥି ସହ ଉଭୟଙ୍କ ଠାରୁ ୪୮ ଶହ ଟଙ୍କା ନେଇ ଯିବା ସହ ଘଟଣା ସମ୍ପର୍କରେ ପ୍ରଘଟ ନ କରିବାକୁ ଧମକ ଦେଇଥିଲେ । କିନ୍ତୁ, ପରବର୍ତ୍ତୀ ସମୟରେ ଯୁବତ ଜଣଙ୍କୁ ଉକ୍ତ ଅଭିଯୁକ୍ତମାନେ ଡାକିଥିଲେ ମଧ୍ଯ ଯୁବତୀ ଜଣକ ନ ଆସିବାରୁ ପାଖରେ ଥିବା ଅଶ୍ଳୀଳ ଫଟୋ ଗୁଡିକୁ ସୋସିଆଲ ମିଡିଆରେ ପ୍ରଘଟ କରିଥିଲେ ।
ଉକ୍ତ ଅଶ୍ଳୀଳ ଫଟୋ ଗୁଡିକ ସୋସିଆଲ ମିଡିଆରେ ପ୍ରଘଟ ହେବା ସାଙ୍ଗ ଠାରୁ ଜାଣିବା ପରେ ପରିବାର ସଦସ୍ୟଙ୍କ ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଫତେଗଡ ଥାନାରେ କେସ ନଂ ୨୭୬/୨୪ ରେ ଏକ ମାମଲା ରୁଜୁ କରି ଉକ୍ତ ୩ଜଣ ଅସାମାଜିକ ଯୁବକଙ୍କୁ ଗିରଫ କରିଥିଲେ। ପୁଲିସ ଯୁବକମାନଙ୍କ ଠାରୁ ଗୋଟିଏ ଛୁରୀ, ୩ ଟି ମୋବାଇଲ ଓ ନଗଦ ୨ ହଜାର ଟଙ୍କା ଜବତ କରିଥିଲା । ଶନିବାର ସନ୍ଧ୍ୟାରେ ପୁଲିସ ପକ୍ଷରୁ ୩ ଜଣ ଅଭିଯୁକ୍ତ ଓ ଯୁବତୀଙ୍କ ଡାକ୍ତରୀ ମଇନା କରିବା ପରେ ଅଭିଯୁକ୍ତଙ୍କୁ ଭାପୁର ଅଦାଲତରେ ହଜାର କରାଯାଇଥିବା ନୟାଗଡ଼ ଆରକ୍ଷୀ ଅଧିକ୍ଷିକା ପ୍ରକାଶ କରିଛନ୍ତି l

No Result
View All Result