No Result
View All Result
୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ବିରୁପାଖେସ୍ୱର ମନ୍ଦିର ନିକଟରେ ନିର୍ମାଣ ଧିନ ଚାଲିଥିବା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ। ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ଶ୍ରେଣୀଗୃହ ଅଭାବରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପିଲାମାନଙ୍କ ଭବିଷ୍ୟତ କୁ ଆଖିରେ ରଖି ନିର୍ମାଣଧୀନ ଚାଲିଥିବା ଆଦର୍ଶ ବିଦ୍ୟାଳୟ କିପରି ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ
ସେ ସମସ୍ୟା କୁ ନେଇ ଜିଲ୍ଲା ଶିକ୍ଷା ଅଧିକାରିଣୀ ପରିଦର୍ଶନ କରି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ବିଜ୍ଞାନ ସୁପର ଭାଇଜର ଶରତ କୁମାର ସାହୁ,ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ ,ସି ଆର୍ ସି ସି କୈଳାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result