No Result
View All Result
୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସହର ନିକଟବର୍ତ୍ତୀ ସୁନାଦେଈପୁରର ମହିଳା ସମାଜସେବୀ ରେଣୁବାଳା ପ୍ରଧାନଙ୍କ ଆଜି ହୃଦରୋଗରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା । ମୃତ୍ୟୁ ବେଳେ ତାଙ୍କର ସ୍ୱାମୀ ଗଗନ ବିହାରୀ ପ୍ରଧାନ, ପୁତ୍ର ପ୍ରଦୀପ କୁମାର ପ୍ରଧାନ, ପ୍ରଶାନ୍ତ, ସୁଶାନ୍ତ, ସୁବୋଧ,
ସୁରେଶ ଓ ସୁଧିର ପ୍ରଧାନ ପ୍ରମୁଖ ପୁତ୍ର ଓ ଅନ୍ୟାନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ । ରେଣୁ ବାଳା ବିଭିନ୍ନ ପ୍ରକାର ସମାଜସେବୀ କାର୍ଯ୍ୟ କରି ସେ ଅଞ୍ଚଳରେ ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କର ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି । ନିକଟସ୍ଥ ଶ୍ମଶାନରେ ତାଙ୍କର ଶବସତ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ମୁଖାଗ୍ନି ପ୍ରଦାନ କରିଥିଲେ ।
No Result
View All Result