No Result
View All Result
୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଆମନାକୁଦର, କୁଦପାଟଣାସ୍ଥିତ ପ୍ରସିଦ୍ଧ ଗ୍ରହରାଜ ସନିଶ୍ଚର୍ ମନ୍ଦିରରୁ ଆଜି ଭୋର ୪ଟା ୪୦ମିନିଟ ସମୟରେ କୌଣସି ଦୁର୍ବୃତ୍ତ ମନ୍ଦିରର ଗେଟ ଭାଙ୍ଗି ଶନିଦେବଙ୍କ ରୂପା ମୁକୁଟ ଏବଂ ସୁନା ଆଖି ତାଡି କରି ନେଇଯାଇଛନ୍ତି । ସେ ନେଇ ସ୍ଥାନୀୟ କୁଦପାଟଣା ଗ୍ରାମର ସନାତନ ବେହେରା, ନିରଞ୍ଜନ ସାହୁ, ଅଜୟ ସାହୁ, ବିମଳ ସାହୁ, ବିଶ୍ବରଂଜନ ବେହେରା, ବିଶ୍ୱଜିତ୍ ସାହୁଙ୍କ ସମେତ ଗ୍ରାମବାସୀଙ୍କ ପକ୍ଷରୁ ବନମାଳୀପୁର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି ।
ସବୁ ଦିନ ପରି ଆଜି ସକାଳେ ମନ୍ଦିରର ପୂଜକ ପ୍ରହଲ୍ଲାଦ ପଣ୍ଡା ଶନି ଦେବଙ୍କୁ ପୂଜାକରିବାକୁ ମନ୍ଦିରକୁ ଆସି ଦେଖେତ ମନ୍ଦିରର ଗେଟ ଭଙ୍ଗାଯାଇ ଶନିଦେବଙ୍କର ରୂପା ମୁକୁଟ ଏବଂ ସୁନା ଆଖିକୁ ତାଡି କୌଣସି ଦୁର୍ବୃତ୍ତ ନେଇ ଯାଇଛନ୍ତି । ଚୋରୀ ଘଟଣା କଥା ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଦେଖନ୍ତି ଯେ ଶନି ଦେବଙ୍କର ରୂପା ମୁକୁଟ ଏବଂ ସୁନା ଆଖକୁ ତାଡି କୌଣସି ଦୁର୍ବୃତ୍ତ ନେଇ ଯାଇଛି । ସ୍ଥାନୀୟ କୁଦପାଟଣା ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ବନମାଳୀପୁର ଫାଣ୍ଡି ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି, ତଦନ୍ତ କରିବା ସହ ଏହାର ସି ସି କ୍ୟାମେରା ଫୁଟେଜକୁ ଯାଞ୍ଚ କରିବାରୁ ଦୁଇ ଜଣ ବ୍ୟକ୍ତି ରେନୀ କୋର୍ଟ ଏବଂ ମୁହଁରେ ମୁଖା ପିନ୍ଧି ମନ୍ଦିରରେ ଭିତରେ ପଶି ଶନି ଦେବଙ୍କର ମୁକୁଟ ଓ ସୁନା ଆଖିକୁ ନେଇ ଯାଉଥିବାର ସିସିଟିଭି ଫୁଟେଜ ଦୃଶ୍ୟରୁ ଦେଖିବାକୁ ମିଳିଥିଲା ।
ପୋଲିସ କୌଣସି ଦୁର୍ବୃତ୍ତଙ୍କୁ ଧରିପାରି ନାହିଁ । ଏହି ଘଟଣାର ତଦନ୍ତ କରାଯାଇ ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବାକୁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଅଛି । ପ୍ରକାଶ ଯେ ୨୦ ଦିନ ଭିତରେ ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ସ୍ଥିତ ଦୁଲାଦେଇ ମନ୍ଦିର ଏବଂ ତ୍ରିବେଣୀସ୍ୱର ମନ୍ଦିର, ସହିତ ଏବେ କୁଦପାଟଣା ସ୍ଥିତ ଶନି ଦେବଙ୍କର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା, ରୂପା ଗହଣା ଏବଂ ମୂର୍ତ୍ତୀ ଚୋରୀ ହୋଇଯାଇଛି । ବାଲିପାଟଣା ଥାନା ଅଞ୍ଚଳରେ ବାରମ୍ବାର ଚୋରୀ ହେବା ଘଟଣା ବୃଦ୍ଧି ପାଇବା ନେଇ ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ଓ ଅସନ୍ତୋଷ ଦେଖା ଦେଇଛି । ଏଣୁ ରାଜ୍ୟସରକାର ତଥା ପୋଲିସ ଉଚ୍ଚଅଧିକାରୀ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ବହୁ ବୁଦ୍ଧିଜୀବୀ ମହଲରେ ଦାବୀ କରାଯାଇଅଛି ।

No Result
View All Result