୨୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ବାତ୍ୟା ସମୟରେ କଚାଘରୁ ଲୋକଙ୍କୁ ଉଦ୍ଧାର କରି ବନ୍ଧୁ ସାଜିଛନ୍ତି କଟକ ଜିଲ୍ଲା ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ । ଅସହାୟ ଅବସ୍ଥାରେ ଝୁମ୍ପୁଡୀ ଘରେ ରହିଥିବା ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ବୁଝାଶୁଝା କରି ପୋଲିସ ଗାଡିରେ ନେଉଛନ୍ତି ବାତ୍ୟା ଆଶ୍ରୟସ୍ଥଳିକୁ । ପୋଲିସର ଏହା ଏକ ମହତ ଉଦ୍ୟସ୍ୟ ବୋଲି କୁହାଯାଏ ।

ଆସନ୍ନ ବାତ୍ୟା" ଦାନା"କୁ ନେଇ କଟକ ଜିଲ୍ଲା ପ୍ରଶାସନ ଏବଂ ନିଆଳି ବ୍ଳକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହିତ ଡାକବାଜି ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା । କଚା ଘର ଛାଡି ନିରାପଦ ସ୍ଥାନ ଏବଂ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ବାତ୍ୟା ଆଶ୍ରୟସ୍ଥଳିରେ ଆଶ୍ରୟ ନେବା ପାଇଁ କୁହାଯାଇଥିଲା । କିନ୍ତୁ କିଛି ଲୋକ ଘର ନ ଛାଡି ନିଜ ଚାଳଘରେ ରହିଥିଲେ ।

ଖବର ପାଇ ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ଓ ଥାନାର ଅନ୍ଯ ଅଧିକାରୀମାନେ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ କୋଳରେ ଧରି ପୋଲିସ ଭ୍ୟାନରେ ନେଉଛନ୍ତି ବାତ୍ୟା ଆଶ୍ରୟସ୍ଥଳିକୁ । ଏହି ଉଦ୍ଧାର କାର୍ଯ୍ୟ ଅଞ୍ଚଳ, ନିଆଳି ଥାନା କସର୍ଦ୍ଦା ପଞ୍ଚାୟତର ବୋଲି ଖବର ମିଳିଛି । ଏ ନେଇ ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ କହିଛନ୍ତି ବାତ୍ୟା ସମୟରେ ଲୋକଙ୍କ ସେବା କରିବା ପୋଲିସର କର୍ତ୍ତବ୍ୟ ,

ଯେତେବେଳେ ଖବର ପହଞ୍ଚିଲା ଆମ୍ଭେ ଖବର ପାଇ ସେ ଅଞ୍ଚଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରି ସରକାରୀ ବାତ୍ୟା ଆଶ୍ରୟସ୍ଥଳିକୁ ନେଉଛୁ । ପ୍ରତ୍ଯକ ଯାଗାରେ ଓ ବାତ୍ୟା ଆଶ୍ରୟସ୍ଥଳି ମାନଙ୍କରେ ପୋଲିସ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ।